।। ଶିବଦୂର୍ଗା ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ।।

Jun 23, 2024 - 12:59
 0  26
।। ଶିବଦୂର୍ଗା ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ।।

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଟିଟିଲାଗଡ଼ ହାଇସ୍କୁଲ ପଡ଼ା ଠାରେ ଶିବ ଦୂର୍ଗା ଚଣ୍ଡୀ ମନ୍ଦିର ବହୁ ଧୁମ୍ ଧାମରେ ପ୍ରତିଷ୍ଠା ହୋଇଛି ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ବହୁ ଦୁର ଦୁରାନ୍ତ ରୁ ଭଗବାନ ଙ୍କ ଆଶିର୍ବାଦ ଲାଭ କରିବା ପାଇଁ ଗହଳି ଦେଖିବାକୁ ମିଳିଥିଲା। ୧୯୯୮ ମସିହା ଆଶ୍ଵିନ ମାସରେ ମାଁ ଦୁର୍ଗା ଙ୍କ ନବରାତ୍ର ସମୟରେ ହାଇସ୍କୁଲ ପଡ଼ା ନିବାସୀ କୃଷ୍ଣ ସାହୁ ଙ୍କ ଧର୍ମ ପତ୍ନୀ ବିମଳା ସାହୁ ଙ୍କ ଦେହ ରେ ମାଁ ଚଣ୍ଡୀ ପ୍ରବେଶ ହୋଇଥିଲେ। ସେହି ସମୟରେ ଅନେକ ଭକ୍ତ ମାନେ ମନସ୍କାମନା ରଖି ଦର୍ଶନ କରିବାକୁ ଆସିଥିଲେ ଏବଂ ତାଙ୍କ ମନସ୍କାମନା ପୂରଣ ମଧ୍ୟ ହୋଇଥିବାରୁ ସମୟ କ୍ରମେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଛି। ମାଁ ଙ୍କ ଆଶିର୍ବାଦ ରୁ ମନସ୍କାମନା ପୂରଣ ହୋଇଥିବା ଅନେକ ଭକ୍ତ ଙ୍କ ଅନୁଦାନ ରେ ଆଜି ମାଁ ଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ହୋଇଛି। ଏଥିରେ ମୁଖ୍ୟ ପୂଜକ କୃଷ୍ଣ ସାହୁ, ସହଯୋଗୀ ପ୍ରମୋଦ ଜାଲ୍, ଛତ୍ରି ମହାକୁର ,ଶୁକ ପ୍ରଧାନି , ଯୁଧିଷ୍ଠିର ବାଗ ,ଦେବରାନି ,ବିମଳା ସାହୁ, ମାଁ ଘଣ୍ଟାସୁନି ଦିହାରି ପରୀକ୍ଷିତ ପ୍ରଧାନି । ଏବଂ ଆଜି ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ମାତା ଏବଂ ପିତା ଙ୍କ ଭୁମିକା ରେ ସନ୍ତୋଷ କୁମାର ପଟ୍ଟନାୟକ, ଏବଂ ମାତା ନିରୁପମା ପଟ୍ଟନାୟକ , ଙ୍କ ସହ ପିତା ରମେଶ ସାହୁ ମାତା ରିତା ସାହୁ ଉପସ୍ଥିତ ଥିଲେ ଏବଂ ବହୁ ଖୁସି ଆଡମ୍ବର ପୂଜା ସମ୍ପୂର୍ଣ୍ଣ ହେବା ସହ ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ରାତ୍ର ୯ ଟା ରେ ଅର୍ଣ୍ଣ ପ୍ରଶାଦ ସେବନ ର ବ୍ୟବସ୍ଥା ହୋଇଥିଲା।

ଟିଟିଲାଗଡ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ