।। ଶିବ ପଞ୍ଚାକ୍ଷର ଧ୍ୱନୀରେ ପ୍ରକମ୍ପିତ ବିଭିନ୍ନ ଶୈବପୀଠ ।।

Mar 8, 2024 - 19:56
 0  13
।। ଶିବ ପଞ୍ଚାକ୍ଷର ଧ୍ୱନୀରେ ପ୍ରକମ୍ପିତ ବିଭିନ୍ନ ଶୈବପୀଠ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): ମହାଶିବରାତ୍ରିରେ ପ୍ରଭୁ ଶିବଙ୍କ ସାନ୍ନିଧ୍ୟ ଲାଭ କଲେ ପୁଣ୍ୟ ମିଳିଥାଏ। ପୁରାଣ କଥିତ ଏହି ଦିବସର ବିଶ୍ୱାସକୁ ପାଥେୟ କରି ଶିବ ମନ୍ଦିରରେ ପ୍ରଭୁଙ୍କୁ ପୂଜାର୍ଚ୍ଚନା ପରେ ଦୀପ ଜାଳି ପାଦୁକା ସେବନ ପାଇଁ ଶୁକ୍ରବାର ଭୋରରୁ ରାତି ତମାମ ଶିବ ମନ୍ଦିର ମାନଙ୍କରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବହୁ ଭକ୍ତ ଦିନତମାମ ଉପବାସ ରହି ରାତିରେ ମହାଦୀପ ଉଠିବା ପର୍ଯ୍ୟନ୍ତ ମନ୍ଦିରବେଢ଼ାରେ ଅପେକ୍ଷା କରି ପ୍ରଭୁଙ୍କ ସାନିଧ୍ୟ ଲାଭ ପାଇଁ କ୍ରୁଚ୍ଛ ସାଧନା କରିଥିବା ଦେଖିବାକୁ ମିଳିଥିଲା । ଏଥିନିମନ୍ତେ ବାଲିଗୁଡା ତଥା ଏହାର ଆଖପାଖ ସମସ୍ତ ଶୈବପୀଠ ଗୁଡିକ ବେଶ୍‌‌ ଚଳଚଞ୍ଚଳ ସହ ଓଁ ନମଃ ଶିବାୟ ଧ୍ୱନିରେ ମୁଖରିତ ହୋଇଉଠିଛି। ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ ସହ ଶାନ୍ତିଶୃଙ୍ଖଳା ଗ୍ରହଣ କରାଯାଇଥିବା ବେଳେ ମନ୍ଦିର ପରିସର ଓ ବାହାରେ ପୁଲିସ ମୁତୟନ ହୋଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବାଲିଗୁଡା ସହର ଓ ଆଖପାଖ ଅଞ୍ଚଳରେ ଥିବା ଶିବ ମନ୍ଦିର, ବିରୁପାକ୍ଷ, ଧବଳେଶ୍ୱର,ରାମେଶ୍ୱର, ଖଡ଼ଗେଶ୍ୱର, ଜଳେଶ୍ୱର ଭଳି ବିଭିନ୍ନ ଶୈବ ପୀଠ ମାନଙ୍କରେ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ ଲାଗିଥିଲା। ପୂଜାକୁ ଅଧିକ ଉପଭୋଗ୍ୟ କରିବା ପାଇଁ ବିଭିନ୍ନ ଶିବ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତଙ୍କୁ ମାଗଣାରେ ଅନ୍ନପ୍ରସାଦ ବଣ୍ଟନ ସହ ସନ୍ଧ୍ୟାରେ ଭଜନ କୀର୍ତ୍ତନ ପରିବେଷଣ ଏବଂ ସୁଦୃଶ୍ୟ ଆଲୋକମାଳା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବା ବେଳେ ଆଇନଶୃଙ୍ଖଳା ଦୃଷ୍ଟିରୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ