।। ରାୟଗଡ଼ା ଜିଲ୍ଲାରେ ଘରେଈ ବସ୍ ସେବା ଠପ୍ ଓ ଯାତ୍ରୀ ହନ୍ତସନ୍ତ ।।

Oct 20, 2023 - 18:58
 0  105
।। ରାୟଗଡ଼ା ଜିଲ୍ଲାରେ ଘରେଈ ବସ୍ ସେବା ଠପ୍ ଓ ଯାତ୍ରୀ ହନ୍ତସନ୍ତ ।।

ମୁନିଗୁଡ଼ା ବିଷମକଟକ: ନ୍ୟିୟୁଜ୍ ରାଜ୍ଯ ସରକାରଙ୍କ ଲକ୍ଷ୍ମୀ ଯୋଜନା କୁ ବିରୋଧ କରି ଆଜି ଓଡ଼ିଶା ଘୋରେଇ ବସ୍ ମାଲିକସଂଘ ଅନିଧିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବସ୍ ସେବା ବନ୍ଦ କରି ବିରୋଧ କରାଯାଇଛି । ଏହାକୁ ସମର୍ଥନ କରି ରାୟଗଡ଼ା ଜିଲ୍ଲା ର ସମସ୍ତ ଘରେ଼ଇ ବସ୍ ମାଲିକସଙ୍ଘ ଏଥିରେ ସାମିଲ୍ ହୋଇଛନ୍ତି । ଯାହାଦ୍ବାରା ଜିଲ୍ଳାର ସମସ୍ତ ଘରେଇ ବସ୍ ଚାଲିବା ବନ୍ଦ ରହିଛି । ବସ୍ ଷ୍ଟାଣ୍ଡ ଗୁଡ଼ିକରେ ବସ୍ ଗୁଡାକ ଠିଆ ହୋଇ ରହିବା ଦେଖିବାକୁ ମିଳିଛି । ବସ୍ ସେବା ବନ୍ଦ ରହିବା ଫଳରେ ଯାତ୍ରୀମାନେ ନାହିନଥିବା ଅସୁବିଧାର ସମ୍ମୁଖୀନ ହୋଉଥିବା ଦେଖିବାକୁ ମିଳିଛି । ବିଶେଷ କରି ଜରୁରି କାଳୀନ କ୍ଷେତ୍ରରେ ମୁନିଗୁଡ଼ା ରୁ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲ କୁ ରୋଗୀ ଓ ବିଭିନ୍ନ ଗାଁ ଗଣ୍ଡାରେ ଯାତ୍ରୀ ଯିବା ଆସିବା ରେ ବହୁତ ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି। ସରକାର ବସ୍ ମାଲିକ ସଂଘର ଦାବି ଗୁଡାକ ମାନିବା ଯାଏଁ ଅନିଧିଷ୍ଟ ସମୟ ଯାଏଁ ଏହି ବନ୍ଦ ଜାରିରହିବ। ବୋଲି ବିଷମକଟକ ଘରେଇ ବସ୍ ମାଲିକ ସଂଘର ସଭାପତି ଶଶୀଭୂଷଣ ପଟ୍ଟନାୟକ ସୁଚନା ଦେଇଛନ୍ତି ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ