।। ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷାର ବ୍ୟବହାର କରିବା ନିମନ୍ତେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ ।।

ରାୟଗଡ : ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ଓଡିଶା ସରକାରଙ୍କ ଭାଷା ନିୟମ ଅନୁସାରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସମସ୍ତ ନଥିପତ୍ର ଗୁଡିକୁ ଓଡ଼ିଆ ଭାଷାରେ ଲେଖାଯିବା ଏବଂ ଜିଲ୍ଲାରେ ଥିବା ବିଭିନ୍ନ ଅନୁଷ୍ଠାନ ଓ ଦୋକାନ ମାନଙ୍କରେ ଥିବା ନାମ ଫଳକ ଗୁଡିକରେ ଓଡ଼ିଆ ଭାଷାରେ ଶୁଦ୍ଧ ଭାବରେ ଲେଖାଯିବା ଓ ସଦର ମହକୁମାରେ ଥିବା ପ୍ରେକ୍ଷାଳୟ ମାନଙ୍କରେ ଓଡ଼ିଆ ସିନେମା ପ୍ରସାରଣ ନିମନ୍ତେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ କୋଷାଧକ୍ଷ ଶ୍ରୀ ସୁରେଶ ସାହୁ, ସଭ୍ୟ ମନୋଜ କୁମାର ସାହୁ, ସନ୍ତୋଷ କୁମାର ପାଢ଼ୀ ଓ ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






