।। ରାଷ୍ଟ୍ରପତିଙ୍କୁ ଭେଟିଲେ ଚକୋଟିଆ ଭୁଞ୍ଜିଆ ପ୍ରତିନିଧି ଦଳ, ପିଏଚଡି ପ୍ରାପ୍ତ ମହିଳା ସମ୍ମାନିତ ।।

Jun 14, 2023 - 15:22
 0  18
।। ରାଷ୍ଟ୍ରପତିଙ୍କୁ ଭେଟିଲେ ଚକୋଟିଆ  ଭୁଞ୍ଜିଆ ପ୍ରତିନିଧି ଦଳ, ପିଏଚଡି ପ୍ରାପ୍ତ ମହିଳା ସମ୍ମାନିତ ।।

ନୂଆପଡା ଜ଼ିଲ୍ଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଜୟମନୀ ଝାଙ୍କର ସମାଜର କଟକଣା ମଧ୍ୟରେ ପିଏଚଡି ଲାଭକରି ଜ଼ିଲ୍ଲା ତଥା ସମାଜ ପାଇଁ ଗର୍ବ ଆଣିଥିଲେ l ଏଥିପାଇଁ ତାଙ୍କୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ସମ୍ମାନିତ କରିଛନ୍ତି l ସୁନାବେଡା ଅଭୟାରଣ୍ୟ ସନବାହାଲି ଗ୍ରାମର ବିଜୟ ଝlଙ୍କରଙ୍କ ଝିଅ ଜୟମନୀ ଝାଙ୍କର ଗୋଟିଏ ପଟେ ସମାଜିକ ପ୍ରତିବନ୍ଧକ ତ ଅନ୍ୟପଟେ ତାଙ୍କ ବାପା ବିଜୟଙ୍କ ସହଯୋଗରେ ସୁନାବେଡ଼ାରେ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷ୍ୟା ଲାଭ କରିଥିଲେ l ପରେ ଖଡ଼ିଆଳ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ସ୍ନାତକ ବିଜ୍ଞାନ ଅଧ୍ୟୟନ କରିଥିଲେ l ଭୁବନେଶ୍ୱର କିସରେ ସ୍ନାତକୋତ୍ତର ବିଜ୍ଞାନ ପଡି ଆୟୁର୍ବେଦ ଔଷଧିୟ ବୃକ୍ଷ ଉପରେ ପିଏଚଡି ହାସଲ କରିଛନ୍ତି l ଜୟମନୀ ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ପ୍ରଥମ ମହିଳା ଭାବେ ପିଏଚଡି ହାସଲ କରି ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି l ସେହିପରି ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟ ଏକ 20 ଜଣିଆ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ଭେଟି ଆଦିମ ଜନଜାତି ସମ୍ପ୍ରଦାୟର ଚାଲି ଚଲଣି ଓ ସଂକୃତି ପରମ୍ପରା ସହ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଶଣ କରିଛନ୍ତି l ଏହି ପ୍ରତିନିଧି ଦଳରେ ସୁନାବେଡା ଗାଁର ବିଜୟ ଝାଙ୍କର, ବିଶ୍ରା ମା ଛତ୍ରିଆ, ସେତlରlମ ବର୍ଗେ, ଯୁବରାଜ ଛତ୍ରିଆ, କଳିରାମ ସୁଆର, ମଣିରାମ ମାଝୀ, ଜାମଗାଁର ତିଲସିଂ ଝାଙ୍କର, ତ୍ରିବେଣୀ ଛତ୍ରିଆ, ଭାଉରାମ ମାଝୀ, ଟୁନା ସିଂ, ଯେମିନି ମାଝୀ, ଚାନ୍ଦିନୀ ଛତ୍ରିଆ, କମଲ ସିଂ ମାଝୀ, ଜୟଶ୍ରୀ ଝାଙ୍କର ପ୍ରମୁଖ ରହିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ