ରାଜ୍ୟସ୍ତରୀୟ ହସ୍ତତନ୍ତ୍ର ମେଳା, ବାରିପଦା ମୟୂରଭଞ୍ଜ
ରାଜ୍ୟସ୍ତରୀୟ ହସ୍ତତନ୍ତ୍ର ମେଳା ମୟୂରଭଞ୍ଜ ର ସଦର ମହକୁମା ବାରିପଦାଠାରେ ଅନୁଷ୍ଠିତ ହୋଇଛି। ଏହି ମେଳାରେ ବହୁ ଷ୍ଟଲ ବସିଛି, ଓଡ଼ିଶାର କଣ ଅନୁ କଣରୁ ହସ୍ତତନ୍ତ ବହୁବୁଣାକାର ତଥା ବ୍ୟବସାୟି ବସିଛନ୍ତି। ବିଭିନ୍ନ ପ୍ରକାର ର ସମ୍ବଲପୁରୀ ପାଟ,ଖଣ୍ଡୁଆପାଟ, ସମ୍ବଲପୁରୀ ସ୍ଲିକ୍, ତସାପାଲି ଏହି ପରି ବହୁ ପ୍ରକାରର ଶାଢି ଉପଲବ୍ଧ, ମାତ୍ର ଏହି ଶାଢିର ମୂଲ୍ୟ ଏତେ ମାତ୍ରାରେ ବଢିଯାଇଛି ସାଧାରଣ ଲୋକ କିଣିବା ପାଇଁ ବହୁତ କାଠିକର ହୋଇପଡିଛି। ଯେଉଁମାନେ ଗରୀବ ବା ମଧ୍ୟ ବିତ୍ଵ ସମ୍ପଦାୟର ଲୋକଙ୍କ ପାଇଁ ଏହା ସାତସପନ, ଯାହାଫଳରେ ଏହି ମେଳା ପରିସର ଭିତରେ ସେମାନଙ୍କ ଅନୁପସ୍ଥିତି କୁ ନେଇ ଏକ ପ୍ରଶ୍ନବାଚି ସୃଷ୍ଟି ହୋଇଛି।ସାଧାରଣ ଜନତା ଓ ବୁଦ୍ଧିଜୀବି ମହଲରେ, ଦଶ ବର୍ଷ ବା ଆଠବର୍ଷ ପୂର୍ବେ ଯେଉଁ ସୂତାର ମୂଲ୍ୟ କିଲୋଗ୍ରାମ ପ୍ରତି ୭୦୦/- ରୁ ୮୦୦/- ଟଙ୍କାଥିଲା ଏବେ ଏହାର ମୂଲ୍ୟ ସରକାର ଆଠ ହଜାର କିଲେ। ଗ୍ରାମ ପ୍ରତି ବୃଦ୍ଧି କରିଛନ୍ତି । ଯାହାଫଳରେ ଶାଢ଼ି ର ମୂଲ୍ୟ ଆଠବର୍ଷ ପୂର୍ବେ ଯାହାଥିଲା ଏତେପାଞ୍ଚ ଛଅ ଗୁଣା ବୃଦ୍ଧି ପାଇଛି। ସାଧାରଣ ସମ୍ବଲପୁରିଶାଡି ପାଞ୍ଚ ହଜାରୁ ଆରମ୍ଭ କରି କୋଡ଼ିଏ ପଚିଶ ହଜାର ରୁ ଉର୍ଦ୍ଧ ରହୁଛି। ତେଣୁ ଗରିବ ବା ମଧ୍ୟ ବିତ୍ତ ପାଇଁ ଏହା ଏକ ପ୍ରକାର ସ୍ୱପ୍ନ ହୋଇଯାଇଛି। ଏହାକୁ ସବୁସହଲରେ ସରକାରଙ୍କୁ ନିନ୍ଦା କରାଯାଉଛି,ଏଣୁ ଏଥିପ୍ରତି ସରକାର ଦୃଷ୍ଟି ଗୋଚର ହୋଇ ସର୍ବସାଧାରଣରେ ସୁଲଭ ମୂଲ୍ୟରେ ପୂର୍ବ ଦାମ ରେ କିପରି କିଣିପାରିବେ ଓ ବ୍ୟବହାରରେ ସୁଯୋଗ ପାଇବେ,ଓ ଏହା କିପରି ଲୋକଙ୍କ ହୀତରେ ଆସିବ,ଏଣୁ ଏଥିପରି ସରକାର ଯଥା ଶୀଘ୍ର ଦରଦାମ କୁ ନିୟତ୍ରଣ କରି ସବୁ ବର୍ଗର ଗ୍ରାହକ ପାଇଁ ଯେପରି ଉପଲବ୍ଧ ହୋଇପାରିବ, ଏଥିପାଇଁଏହାକୁ ସବୁ ମହଲରେ ଦାବୀ କରାଯାଉଛି। ବାରିପଦାରୁ - ଗୌର ଦାସ ଗିରି
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0