ରାଜ୍ୟସ୍ତରୀୟ ସନ୍ତରଣ ଚମ୍ପିୟାନସିପରେ ଅର୍କ ଙ୍କୁ ବ୍ରୋଞ୍ଜ

Jul 25, 2026 - 20:08
 0  1
ରାଜ୍ୟସ୍ତରୀୟ ସନ୍ତରଣ ଚମ୍ପିୟାନସିପରେ ଅର୍କ ଙ୍କୁ ବ୍ରୋଞ୍ଜ

ବାରିପଦା - ତା :-୨୩/୦୭/୨୦୨୬ ରିଖ - ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୬୬ତମ ଅଲ ଓଡିଶା ଜୁନିୟର ଓ ସବ ଜୁନିୟର ରାଜ୍ୟସ୍ତରୀୟ ସନ୍ତରଣ ଚାମ୍ପିୟାନସିପ ରେ ବାରିପଦାର ଅର୍କ ମୁଖାର୍ଜୀ ୧୬ ବର୍ଷରୁ କମ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୦ନଂ ୱାର୍ଡର ବାସିନ୍ଦା କଲ୍ଲୋଳ ମୁକାର୍ଜୀ ଓ ସୁଦୀପ୍ତା ଚକ୍ରବର୍ତ୍ତୀଙ୍କ ସୁପୁତ୍ର ଅର୍କ ୨୦୦ମି ବେକ ଷ୍ଟ୍ରୋକରେ ୩ୟ ସ୍ଥାନ ଅଧିକାର କରି ଏହି ପଦକ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ କୋଚ ନେଲସନ ଲାକ୍ରା ଓ ଗୁଲାପି କାଲୋଙ୍କୁ ଶ୍ରେୟ ଦେଇଛନ୍ତି I ସେ ବର୍ତ୍ତମାନ ଟିକରପଡା ସ୍ଥିତ ସରକାରୀ ପୋଲିଟେକନିକ କଲେଜରେ ପାଠ ପଢୁଛନ୍ତି ଓ ତାଙ୍କର ଏହି ସଫଳତା ପାଇଁ ଅନୁଷ୍ଠାନ କତୃପକ୍ଷ, ଛାତ୍ରଛାତ୍ରୀ ଓ ଜିଲ୍ଲା କ୍ରୀଡା ଅଧିକାରୀ ଡ଼ ସୁଭାଶିଷ ନାୟକ ଅଭିନନ୍ଦନ ଜଣାଇଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ