ରାଇରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପାଇଁ ମାସା ସଂଘ ତରଫରୁ ବାମନଘାଟି ଉପ ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ଦେଲେ /ରାଷ୍ଟ୍ରପତି ଅଂଚଳର ରାଇରଙ୍ଗପୁର ମହାବିଦ୍ୟାଳୟ ର ସରକାରୀ ମାନ୍ୟତା ପାଇଁ ମାସ ସଂଘ ପକ୍ଷରୁ ଦାବି ପତ୍ର l

Dec 31, 2025 - 03:07
 0  1
ରାଇରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପାଇଁ ମାସା ସଂଘ ତରଫରୁ ବାମନଘାଟି ଉପ ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ଦେଲେ /ରାଷ୍ଟ୍ରପତି ଅଂଚଳର ରାଇରଙ୍ଗପୁର ମହାବିଦ୍ୟାଳୟ  ର ସରକାରୀ ମାନ୍ୟତା ପାଇଁ ମାସ ସଂଘ ପକ୍ଷରୁ ଦାବି ପତ୍ର l

ରାଇରଙ୍ଗପୁର ୩୦/୧୨(ନି ପ୍ର )ରାଇରଙ୍ଗପୁର ମହାବିଦ୍ୟାଳୟ ଆଜକୁ ୬୩ ବର୍ଷ ପୂର୍ବରୁ ସ୍ଥାପିତ ହୋଇଛି। ମାତ୍ର ଏ ମହାବିଦ୍ୟାଳୟ ପ୍ରତି ଏପର୍ଯ୍ୟନ୍ତ କୌଣସି ସରକାରଙ୍କ ଶୁଭଦୃଷ୍ଟି ପଡ଼ିନାହିଁ କହିଲେ ଭୁଲ ହେବ ନାହିଁ। ଆଦିବାସୀ ଅଧ୍ୟୁଷିତ ସମଗ୍ର ବାମନଘାଟି ତଥା ଆଖପାଖ ଅଞ୍ଚଳର ବିଦ୍ୟାର୍ଥୀ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବିଷୟରେ ରାଇରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପାଇଁ ମାସା ସଂଘ ତରଫରୁ ବାମନଘାଟି ଉପ ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ଦେଲେ l ଦାବି ପତ୍ରରେ ଦର୍ଶାଇଛନ୍ତି l ୧. ଯଥେଷ୍ଟ ଛାତ୍ରାବାସର ଅଭାବ ଥିବାରୁ ସୁଦୂର ୨୦-୨୫ କି.ମି ଦୂର ଝଲଡୁଙ୍ଗୁରି,ବାଦାମ ପାହାଡ଼, ତିରିଂ, ବିଶୋଇ, ଚଢେଇପାହାଡି, ଜାମଦା, ଝରାଡି ଆଦି ଅଞ୍ଚଳରୁ ନିୟମିତ ଭାବରେ ଛାତ୍ର,ଛାତ୍ରୀମାନେ ବେସରକାରୀ ବସ(BUS) ଯୋଗେ ଯିବା ଆସିବା କରୁଛନ୍ତି। ୨. ମହାବିଦ୍ୟାଳୟ ରେ ଅଧ୍ୟାପକ ଙ୍କ ସଂଖ୍ୟା କମ ହେତୁ ଶିକ୍ଷାଦାନରେ ଘୋର ଅସୁବିଧା ସୃଷ୍ଟି ହେଉଛି। ୩. କଲେଜ ସମ୍ମୁଖରେ ଭଲ ଫାଟକଟିଏ ବି ହୋଇ ପାରିନାହିଁ। ୪. ସାଇକେଲ ଷ୍ଟାଣ୍ଡ ବା ଉନ୍ନତ ପାଠାଗାର, ବିଜ୍ଞାନାଗାର ଭଳି ମୌଳିକ ସୁବିଧା ମଧ୍ୟ ନାହିଁ। ୫ . ରାଇରଙ୍ଗପୁର ମହାବିଦ୍ୟାଳୟର ନିଜସ୍ୱ ଖେଳ ପଡିଆ ମଧ୍ୟ ନାହିଁ। ୬ . ଏହି ମହାବିଦ୍ୟାଳୟରେ P.G, B.Ed., B.A LLB ପାଠ୍ୟକ୍ରମ ନଥିବାରୁ ଛାତ୍ର ଛାତ୍ରୀ ମାନେ ପଢ଼ିବାପାଇଁ ବହୁ ଦୂର-ଦୂରାନ୍ତର ଯିବାକୁ ପଡୁଛି । ୭ . ଛାତ୍ର ଛାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ପୂର୍ଣ୍ଣ ଅବସ୍ଥାରେ ପୁରୁଣା ଅଜବେଷ୍ଟର କ୍ଲାସ୍ ରୁମ ତଥା ସ୍ମାର୍ଟ୍ କ୍ଲାସ ରୁମ ର ଅଭାବ ରହିଛି । ୮. ମହାବିଦ୍ୟାଳୟ ରେ ଲାଇବ୍ରେରୀ ଓ ଇ- ଲାଇବ୍ରେରୀ ନ ଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ପଠା ପଢା ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି । ଆଜି ପ୍ରାୟ ୨୦୦ଜଣ ଛାତ୍ର ଛାତ୍ରୀ ରାଇରଙ୍ଗପୁର ଡାକବିଭାଗ ରୁ ଏହି କଲେଜ କୁ ସରକାରୀ ମାନ୍ୟତା ପାଇଁ ଚିଠି ଲେଖିଛନ୍ତି l ରାଷ୍ଟ୍ରପତି ଅଂଚଳର ରାଇରଙ୍ଗପୁର ମହାବିଦ୍ୟାଳୟ ର ସରକାରୀ ମାନ୍ୟତା ନ ପାଇବା ବହୁତ ଦୁଃଖର ବିଷୟ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ