।। ଯେଞ୍ଜେରା ହାଇସ୍କୁଲ ରେ ବ୍ଲକ ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ।।

Feb 5, 2024 - 05:42
 0  19
।। ଯେଞ୍ଜେରା ହାଇସ୍କୁଲ ରେ ବ୍ଲକ ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ।।

ନୂଆପଡା ବ୍ଲକ ବୁଢୀପାଲି କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଯେଞ୍ଜେରା ଠାରେ ବ୍ଲକ ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି | ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରମିଳା କୁଣ୍ଡ ସଭାପତିତ୍ୱ କରିଥିବା ବେଳେ ନୂଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହେମସାଗର ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚୈତରାମ ନାଏକ, ଶ୍ରୀମତୀ ଚନ୍ଦ୍ରକଳା ଜଗତ, ଉତ୍କଳମଣି ଅଗସ୍ତି ଓ ସ୍ଥାନୀୟ ସିଅରସିସି ମୋହନ ଦୋରା, ସମିତି ସଭ୍ୟା ଶ୍ରୀମତୀ କୁନ୍ତୀ ସାହୁ ଯୋଗ ଦେଇଥିଲେ | ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ କୁଷଧ୍ଵଜ ମାଝୀ ଓ ବିଶିଷ୍ଟ ଅତିଥି ଭାବେ ନାରୀ କବି ସୁଜାତା ଭୋଇ ଓ ଭାରତୀ ହୋତା ଯୋଗ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ " ଭାଷା ଅତୀତର ଅସ୍ତିତ୍ୱ ଓ ଭାଷା ହିଁ ଭବିଷ୍ୟତ" ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା | ମାତୃଭାଷା ର ଉନ୍ନତି ବିନା ଗୋଟିଏ ଜାତିର ଉନ୍ନତି ଅସମ୍ଭବ ବୋଲି ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ଯଥା : ଚିତ୍ରାଙ୍କନ, ବକୃତା, କୁଇଜ, ଓଡ଼ିଆ ସାହିତ୍ୟ ଆଦି ଅନୁଷ୍ଠିତ ହୋଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ବିଭିନ୍ନ କ୍ଲଷ୍ଟର ର ସିଆରସିସି ସମେତ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟୀତ୍ରି, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳମଣ୍ଡିତ କରିଥିଲେ | ବିଦ୍ୟାଳୟର ଶିକ୍ଷକ ସୌମ୍ୟ ରଞ୍ଜନ ନାୟକ ମଞ୍ଚ ପରିଚାଳନା କରିଥିଲେ | ପରିଶେଷରେ ଶିକ୍ଷୟତ୍ରୀ ପଦ୍ମାଳୟା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ | ଶ୍ରୀମତୀ ଲଷ୍ମୀ ଵର୍ମା, ଶ୍ରୀ ରୋହିତ କୁମାର ନାଗ, ଶ୍ରୀ ପଙ୍କଜ ମାଝୀ, ଶ୍ରୀ ନାରାୟଣ ବେହେରା, ଶ୍ରୀ ନନ୍ଦ କୁମାର ମିତ୍ତଳ ସହଯୋଗ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ