ମୟୂରଭଞ୍ଜରେ ବିଜେପିର ପ୍ରତିଷ୍ଠା ଦିବସ ଧୂମଧାମରେ ପାଳିତ
ବାରିପଦା : ଭାରତୀୟ ଜନତା ପାର୍ଟି ମୟୂରଭଞ୍ଜ (ଉଭୟ ପୂର୍ବ ଓ ପଶ୍ଚିମ) ଜିଲ୍ଲା ଶାଖା ପକ୍ଷରୁ "ଏପ୍ରିଲ ଛଅ: ବିଜେପି ପ୍ରତିଷ୍ଠା ଦିବସ)କୁ ଜିଲ୍ଲାର ବିଭିନ୍ନ ଭାଗରେ ବିଭିନ୍ନ ଭାବରେ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଇଛି। ଜିଲ୍ଲା ସଦର ମହକୁମା, ଉପଖଣ୍ଡ ମହକୁମା ତଥା ବିଭିନ୍ନ ବ୍ଲକ କେନ୍ଦ୍ରରେ ସୋମବାର ଦିନ ଏହାକୁ ଆଖିରେ ରଖି ପୂର୍ବାହ୍ନରେ ଦଳୀୟ ପତାକା ଉତ୍ତୋଳନ ପୂର୍ବକ ବିବିଧ ଲୋକକଲ୍ୟାଣମୂଳକ କାର୍ଯ୍ୟକ୍ରମମାନ କରାଯାଇଛି। ଏହି ଅବସରରେ ବାରିପଦାର ତକତପୁର ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଦଳୀୟ ପ୍ରତିଷ୍ଠା ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜେପି ଜିଲ୍ଲା ସଭାପତି ନିହାର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ଉତ୍ସବରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ସ୍ଥାନୀୟ ବିଧାୟକ ପ୍ରକାଶ ଚନ୍ଦ୍ର ସୋରେନ ଓ ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ପ୍ରମୁଖଙ୍କ ସମେତ ଶତାଧିକ ଯୁବଛାତ୍ର ଓ ମହିଳା ଯୋଗ ଦେଇଥିଲେ। ସଭାରେ ଦଳୀୟ ପତାକା ଉତ୍ତୋଳନ ଓ ବନ୍ଦେ ମାତରଂ ଗାନ ପରେ ପରେ ଦଳର ଛୟାଳିଶ ବର୍ଷର ଇତିହାସ ତଥା ଦେଶର ସାମ୍ପ୍ରତିକ ପରିସ୍ଥିତି ନେଇ ଚର୍ଚ୍ଚା ଆଲୋଚନା କରାଯାଇଥିଲା। ଏହିପରି କାର୍ଯ୍ୟକ୍ରମମାନ ରାଜ୍ୟ ତଥା ଜିଲ୍ଲାର ସମସ୍ତ ପ୍ରମୁଖ ସ୍ଥାନରେ ଆୟୋଜିତ ହୋଇଯାଇଛି ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0