ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ "ଆରୋଗ୍ୟମିତ୍ର ତାଲିମ ଶିବିର" ଉଦଯାପିତ
ବାରିପଦା : ସ୍ଥାନୀୟ "ସାଗର ପ୍ୟାଲେସ" ସମ୍ମିଳନୀ କକ୍ଷରେ ରବିବାର ଦିନ ଭାରତ ସରକାରଙ୍କ ଜନସ୍ୱାସ୍ଥ୍ୟରକ୍ଷାକାରୀ "ଆରୋଗ୍ୟ ଭାରତ" ଯୋଜନା ଅନ୍ତର୍ଗତ ନବ-ନିଯୁକ୍ତ "ଆରୋଗ୍ୟ ମିତ୍ର"ମାନଙ୍କ ଲାଗି ଆୟୋଜିତ ଏକ ଜିଲ୍ଲା ସ୍ତରୀୟ ଦଶ-ଦିନିଆ "ଆରୋଗ୍ୟ-ମିତ୍ର ତାଲିମ ଶିବିର"ର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଭାଗରୁ ଆଗତ ବହୁସଂଖ୍ୟକ ଶିବିରାର୍ଥୀ ଅଂଶ ଗ୍ରହଣ କରିଥିବା ସୂଚନା ମିଳିଛି। "ଜଳବାୟୁ ସୁରକ୍ଷା ପରିଷଦ" ଓ "ଜଗନ୍ନାଥ ଶିକ୍ଷା ଟ୍ରଷ୍ଟ"ଙ୍କ ମିଳିତ ଆନୁକୂଲ୍ୟରେ ସମ୍ପନ୍ନ ଏହି ଉଦଯାପନୀ ଉତ୍ସବରେ ବିଜେପି ରାଜ୍ୟ ପ୍ରବକ୍ତା ତଥା ଲେଖକ କବିବିଷ୍ଣୁ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ "ସେବା ମନୋଭାବ ନେଇ ପ୍ରାମାଣିକତାର ସହ ପରିଶ୍ରମ କରିବାକୁ" ତାଲିମପ୍ରାପ୍ତ ନୂତନ "ଆରୋଗ୍ୟ-ମିତ୍ର" ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ "ଜଗନ୍ନାଥ ଟ୍ରଷ୍ଟ" ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ମହାକୁଡ଼ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ "ଜଳବାୟୁ ସୁରକ୍ଷା ପରିଷଦ"ର ଶଶୀ ଭୂଷଣ ସେଠୀ, "ଆରୋଗ୍ୟ ମିତ୍ର ଶିବିର" ପରିଚାଳନାରେ ସହଯୋଗ କରୁଥିବା ଯୋଗ ଶିକ୍ଷକ ଦେବରାଜ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଆରୋଗ୍ୟମିତ୍ରମାନେ ଆଗାମୀ ଦିନରେ ଗ୍ରାମାଞ୍ଚଳରେ ସମୁଚିତ ଶୃଙ୍ଖଳିତ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ସହାୟକ ହେବେ ବୋଲି ଉଦଯାପନୀ କାର୍ଯ୍ୟକ୍ରମର ଏହି ବକ୍ତାମାନେ ଆଶା ପୋଷଣ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0