।। ମୋ ସେବା କେନ୍ଦ୍ରକୁ ସଂଶ୍ଲିଷ୍ଟ ରଖିବା ପାଇଁ ୮ ଦଫା ଦାବି ପତ୍ର ଘୋଷଣା ।।

Oct 18, 2023 - 16:25
 0  124
।। ମୋ ସେବା କେନ୍ଦ୍ରକୁ ସଂଶ୍ଲିଷ୍ଟ ରଖିବା ପାଇଁ ୮ ଦଫା ଦାବି ପତ୍ର ଘୋଷଣା ।।

କଳାହାଣ୍ଡି ଜିଲ୍ଲା ରେ ମୋ ସେବା କେନ୍ଦ୍ର ପକ୍ଷରୁ ଭବାନିପାଟଣା ମାଁ ମାଣିକେଶ୍ଵରୀ ମନ୍ଦିର ରେ ମାଁ ଙ୍କୁ ଦର୍ଶନ କରି ସାରିବା ପରେ ମୁକ୍ଷ୍ୟ ଜିଲ୍ଲା ପାଲ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ । କଳାହାଣ୍ଡି ଜିଲ୍ଲା ମୋ ସେବା କେନ୍ଦ୍ର ର ସଦସ୍ୟ ସଦସ୍ୟା ମାନେ ରାଲି କରିବାର ଉଦ୍ଦେଶ୍ୟ ହେଉଛି ବିଗତ ୩ ବର୍ଷ ରୁ ଉର୍ଦ୍ଧ ହେଲା ମୋ ସେବା କେନ୍ଦ୍ର ସରକାରଙ୍କ ଜରିଆରେ ପ୍ରତି ଗ୍ରାମ ପଞ୍ଚାୟତ ରେ ଜନସାଧାରଣଙ୍କ କାର୍ଯ୍ୟ କରି ଆସୁଥିବା ବେଳେ ବିଗତ କିଛି ଦିନ ହେଲା ଜନସାଧାରଣଙ୍କ କୌଣସି କାର୍ଯ୍ୟ ମୋ ସେବା କେନ୍ଦ୍ର ଜରିଆରେ ହେଉନଥିବାରୁ ମୋ ସେବା କେନ୍ଦ୍ର ଅଧିକାରୀ ମାନେ ବେକାରୀ ହୋଇ ପଡ଼ି ରହିଛନ୍ତି ବଳି ମୋ ସେବା କେନ୍ଦ୍ର ଅଧିକାରୀ ଙ୍କ ତରଫରୁ ସରକାରଙ୍କୁ ୮ଟି ଦାବି ପାଇଁ ଜିଲ୍ଲାପାଲଙ୍କୁ ଦାବି ପତ୍ର ଦେଇଛନ୍ତି । ମୋ ସେବା କେନ୍ଦ୍ର ଅଧିକାରୀ ମାନେ କହିବା ଅନୁସାରେ ସରକାର ବେକାରୀ ସମସ୍ୟା ଦୂର କରିବା ପାଇଁ ଏହି ପଦକ୍ଷେପ ନେଇ ଥିଲେ ଆଉ ଏବେ ସମସ୍ତ ମୋ ସେବା କେନ୍ଦ୍ର ଅଧିକାରୀ ମନକୁ ବେକାରୀ ସମସ୍ୟା ଭିତରେ ଠେଲି ଦେଇ ବିଶ୍ୱାସ ଘାତକତା କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରତିନିଧି ବାବୁଲି ହରିଜନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର ।

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ