ମାଲକାନଗିରିରେ ଆର ସେ ଟି ବଜାର ଅନୁଷ୍ଠିତ

Jan 2, 2026 - 19:13
 0  21
ମାଲକାନଗିରିରେ ଆର ସେ ଟି ବଜାର ଅନୁଷ୍ଠିତ

ମାଲକାନଗିରି ୦୨/୦୧/୨୦୨୬ ଆଜି ମାଲକାନାଗିରି ଜିଲ୍ଲାପରିଷଦ କାର୍ଯ୍ୟାଳୟ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ଅନୁଷ୍ଠାନ ମାଲକାନଗିରି କ୍ୟାମ୍ପସ ପରିସରରେ ନୂତନ ଢଙ୍ଗରେ RSeti ବଜାର ଅୟୋଜନ କରାଯାଇଥିଲା । ଶ୍ରୀ ଜ୍ୟୋତି ରଞ୍ଜନ ବେହେରା ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ତାଲିମ ଅନୁଷ୍ଠାନର ନିର୍ଦ୍ଦେଶକ ଏହି ବଜାରକୁ ଆନୁଷ୍ଠାନିକ ଭାବାରେ ଉଦ୍ଘାଟନ କରୁଥିଲେ। ଏହି Rseti ବଜାର ରେ ଅନୁଷ୍ଠାନ ରେ ତାଲିମ ନେଇ ଥିବା ମହିଳା ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ବଡି ଯଥା ସାଗୁ ବଡି ,ବିରି ବଡ଼ି ,ପାମ୍ପଡ ,ବିଭିନ୍ନ ମସଲା ପାଉଡର ,ବିଭିନ୍ନ ପ୍ରକାରର ଡିଜାଇନ୍ ଡ୍ରେସ ପୋଷାକ ,ହାତ ତିଆରି ପାରମ୍ପାରିକ ମାଳି ଆଦି ପ୍ରଦର୍ଶନ କରାଯାଇ ଥିଲା। ଶ୍ରୀ ଜ୍ୟୋତି ରଞ୍ଜନ ଉପସ୍ଥିତ ସଦସ୍ୟ ମାନଙ୍କୁ ବଜାର ଚାହିଦା ମୁତାବକ ଦ୍ରବ୍ୟ ପ୍ରସ୍ତୁତି ଓ ବିକ୍ରୟ ପ୍ରଣାଳୀ ବିଷୟରେ ଆଲୋକପାତ କରି ଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ନିକଟସ୍ଥ ଗ୍ରାମବାସୀ ଓ ସୃଷ୍ଠି ସ୍ୱେଚ୍ଛା ସେବୀ ଅନୁଷ୍ଠାନ କର୍ମୀ, ମହିଳା ଉଦ୍ୟୋଗି ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ହୋଇ ପ୍ରଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ପ୍ରଶିକ୍ଷକ ଶ୍ରୀ ବିପିନ ବିହାରୀ ଶତପଥୀ ଓ ରାଜ ଶେଖର ପଟ୍ଟନାୟକ ପରିଚାଳନା ଓ ପ୍ରମୋଦ ସାହୁ , ଟି ମୋନଜ କୁମାର ସହାୟତା କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ