ମାର୍ଚ୍ଚ ୧୫ରୁ ବଡ଼ଯାତ୍ରା
ପଡିଆ, ୧୮/୦୨ : ମାଲକାନଗିରି ଜିଲ୍ଲାର ଆରାଧ୍ୟ ଦେବା ଦେବୀ ଭାବେ ପରିଚିତ କାମନରାଜ, ବାଲରାଜ, ପୋତରାଜ ଓ ମା ମୁତ୍ୟାଲ୍ଲାମାଙ୍କ ଉଦ୍ଦେଶ୍ୟରେ ସମର୍ପିତ ପ୍ରସିଦ୍ଧ ବଡଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ବ୍ଲକ ସଦର ମହକୁମାରେ ଥିବା ଦୂର୍ଗା ମଣ୍ଡପ ଠାରେ ପଡିଆ ବ୍ଲକର ବଡ଼ଯାତ୍ରା କମିଟିର ସଦସ୍ୟ ଓ ଜନସାଧାରଣଙ୍କ ଉପସ୍ଥିତିରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠତି କରାଯାଇଛି । ଏହି ବୈଠକରେ ଗତ ବଡ଼ଯାତ୍ରା ସମୟରେ ହୋଇଥିବା ବ୍ୟୟବରାଦ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଏହାପରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ବଡଯାତ୍ରା ନିମନ୍ତେ ମାର୍ଚ୍ଚ ୧୫ ତାରିଖକୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହାର ଦଶ ଦିନ ପୂର୍ବରୁ ମହାପ୍ରଭୁଙ୍କ ବାଉଁଶ ଅଣାଯାଇ ନୂତନ ବାଉଁଶ ଲଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହ ୨୪ ଟି ଗ୍ରାମଦେବୀଙ୍କୁ ନିମନ୍ତ୍ରଣ କରାଯାଇ ପାରମ୍ପରିକ ପ୍ରକ୍ରିୟା କ୍ରମେ ଗ୍ରାମର ପ୍ରେମା, ଶିରା ଓ ପୂଜକଙ୍କ ସହଯୋଗ କ୍ରମେ ବଡ଼ଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏହି ବୈଠକରେ ଆଗାମୀ ବଡ଼ ଯାତ୍ରାରେ କରାଯିବାକୁ ଥିବା ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ, ଉପଯୁକ୍ତ ଆତିଥ୍ୟ ବ୍ୟବସ୍ଥା, ଗ୍ରାମ ଦେବୀଙ୍କ ରହଣି ବ୍ୟବସ୍ଥା ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଅଛି। ଏହି ବୈଠକରେ ବଡ ଯାତ୍ରା କମିଟିର ସଭାପତି ଭାବେ ସତ୍ୟନାରାୟଣ ମାଝିଙ୍କୁ ମନୋନୀତ କରାଯିବା ପରିଚାଳନା କମିଟି ଗଠନ କରାଯାଇଛି। ଏହି ବୈଠକକୁ କୋରାପୁ ଚନ୍ଦ୍ରାୟା ପରିଚାଳନା କରିଥିବା ବେଳେ ପି ଭେଙ୍କେଟେଶ୍ୱର ରାଓ, ନାକା ନୁକାଲ ରାଜୁ, ସ୍ଥାନୀୟ ସରପଞ୍ଚ ଗଙ୍ଗା କାରାମ, ଶିରା କମିଟିର ସଭାପତି ମୋହନ ବାହାଦୁର, କୋଟାମ ବାଲାୟା, କେ ଭାସ୍କର, ଚୀନାମ ରାବିଡ଼, ରାମଚନ୍ଦ୍ର ମାଝୀ ସମେତ ସ୍ଥାନୀୟ ଅଞ୍ଚଳର ପ୍ରାୟ ଅଢେଇ ଶହ ଲୋକ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0