ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ:ନୂଆ ଯୋଜନା"ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା"ର ଶୁଭାରମ୍ଭ ଏବଂ ପ୍ରସ୍ତାବିତ ନୂତନ ଭେଷଜ ମହାବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ
ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୩.୦୨.୨୦୨୬ ରିଖ: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନବରଙ୍ଗପୁର ଜିଲ୍ଲା ଗସ୍ତ ପୂର୍ବକ ରାଜ୍ୟ ସରକାରଙ୍କ ନୂଆ ଯୋଜନା "ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା" ର ଶୁଭାରମ୍ଭ ସହ ନବରଙ୍ଗପୁର ଜିଲ୍ଲାରେ ନୂତନ ଭେଷଜ ମହାବିଦ୍ୟାଳୟ ଯାହା ୧୦୦ ଏମ ବି ବି ଏସ ସିଟ ଏବଂ ୪୨୦ ଶଯ୍ୟା ବିଶିଷ୍ଟ ହେବ,ତାହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ! ସ୍ଥାନୀୟ ନୂତନ ମଣ୍ଡେଇ ପଡିଆ ହିର୍ଲି ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନବରଙ୍ଗପୁର ଜିଲ୍ଲାରେ ୪୪୬ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ବିଭାଗୀୟ ଉନ୍ନତିମୂଳକ ପ୍ରକଳ୍ପ ର ଶୁଭ ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି ! ବିଶାଳ ସମାବେଶ ରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ,ଲୋକସଭା ସାଂସଦ ବଳଭଦ୍ର ମାଝି,ରାଜ୍ୟସଭା ସାଂସଦ ମୂଜ୍ଜିବୁଲ୍ଲା ଖାଁ, ଡାବୁ ଗାଁ ବିଧାୟକ ମନୋହର ରାନ୍ଧାରୀ,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ଝରି ଗାଁ ବିଧାୟକ ନରସିଂହ ଭତରା,ମାଲକାନଗିରି ବିଧାୟକ ନରସିଂହ ମାଡକାମି ,କୋଟପାଡ଼ ବିଧାୟକ ରୁପୁ ଭତରା ବରେଣ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ! ସ୍ଵାସ୍ଥ୍ୟ ବିଭାଗ ସଚିବ ଶାଶ୍ଵତୀ ଏସ,ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଏନ୍ ବି ଏସ ରାଜପୁତ,ପର୍ଯ୍ୟଟନ ବିଭାଗ ସଚିବ ବଲୱନ୍ତ ସିଂ, ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ପ୍ରମୁଖ ମଞ୍ଚରେ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ ! ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଅସ୍ୱାଥି ଏସ ସ୍ବାଗତ ଭାଷଣ ଦେଇଥିଲେ !ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ଆର୍ଥିକ ଦୁର୍ବଳ ଶ୍ରେଣୀ ର ଲୋକଙ୍କୁ କୌଣସି ଦୂରତା ଓ ଅର୍ଥ ବାଧକ ହେବ ନାହିଁ ! ନୂଆ ଯୋଜନା "ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା" ରେ ଆର୍ଥିକ ଅନଗ୍ରସର ଶ୍ରେଣୀର ୬୦ ରୁ ୭୫ ବର୍ଷ ବୟସ ମଧ୍ୟରେ ଥିବା ବରିଷ୍ଠ ନାଗରିକ ଏବଂ ୭୫ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ବିଧବା ମହିଳା ମାନେ ଅନ୍ତର୍ଭୁକ୍ତ ହୋଇପାରିବେ ! ସେଭଳି ନୂତନ ସରକାରୀ ଭେଷଜ ମହାବିଦ୍ୟାଳୟ ସ୍ଥାପନ ହେଲେ ନବରଙ୍ଗପୁର ଜିଲ୍ଲା ସହିତ ନିକଟବର୍ତ୍ତୀ ଜିଲ୍ଲାର ଜନ ସାଧାରଣ ଉଚ୍ଚମାନର ସ୍ବାସ୍ଥ୍ୟ ସେବା ପାଇପାରିବେ ! ନବରଙ୍ଗପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତିରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ରହିଛି ବୋଲି କହିଥିଲେ ! ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜ ବକ୍ତବ୍ୟରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଅନ୍ତର୍ଭୁକ୍ତ ତୀର୍ଥଯାତ୍ରୀ ମାନଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ଓ ଆଧ୍ୟାତ୍ମିକ ଅନୁଭୂତି ସରକାରଙ୍କ ପାଇଁ ଏକ ବଡ ଉପଲବ୍ଧି ହେବ ବୋଲି କହିଥିଲେ ! ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଏବଂ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନିଜ ବକ୍ତବ୍ୟରେ ରାଜ୍ୟ ସରକାର ଭେଷଜ ମହାବିଦ୍ୟାଳୟ ସ୍ଥାପନ କରି ଜନ ସାଧାରଣ ଙ୍କ ବହୁ ଦିନର ଦାବି କୁ ପୂରଣ କରିଛନ୍ତି ! ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ସବୁ ବେଳେ ଚେଷ୍ଟିତ ବୋଲି କହିଥିଲେ !ଲୋକସଭା ସାଂସଦ,ରାଜ୍ୟସଭା ସାଂସଦ,ନବରଙ୍ଗପୁର ବିଧାୟକ ଏବଂ ଝରି ଗାଁ ବିଧାୟକ ନୂତନ ଭେଷଜ ମହାବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଜଣାଇ ଥିଲେ ! ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ପାଇଁ ୪୪୬ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ୧୭୭ ଟି ବିକାଶମୂଳକ ପ୍ରକଳ୍ପ ର ଶୁଭାରମ୍ଭ କରିଛନ୍ତି ! ଏଥିରେ ୬୮ କୋଟି ମୂଲ୍ୟର ୧୧୨ ଟି ପ୍ରକଳ୍ପ ର ଉଦଘାଟନ ଓ ୩୭୮କୋଟି ମୂଲ୍ୟର ୬୫ ଟି ପ୍ରକଳ୍ପ ର ଭିତି ପ୍ରସ୍ତର ରହିଛି ! ଶିକ୍ଷା, ସ୍ଵାସ୍ଥ୍ୟ,ସଡ଼କ,ସେତୁ,ହଷ୍ଟେଲ,ସରକାରୀ ଗୃହ,ବନ ସୁରକ୍ଷା,ଅଙ୍ଗନବାଡି ଆଦି ପ୍ରକଳ୍ପ ରହିଛି ! ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନ୍ନାଥଙ୍କ ଯୋଜନା ଅନ୍ତର୍ଭୁକ୍ତ ୫ ଜଣ ତୀର୍ଥଯାତ୍ରୀ ଙ୍କୁ କିଟ୍, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ୬ ଜଣ ହିତାଧିକାରୀ ଙ୍କୁ ୭,୨୭,୪୦୦ ଟଙ୍କା ସହାୟତା ରାଶି,ସାମାଜିକ ସୁରକ୍ଷା ଯୋଜନା ରେ ୪ ଜଣ ହିତାଧୀକାରୀ ଙ୍କୁ ୨,୫୩,୫୦୦ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ! ମୁଖ୍ୟମନ୍ତ୍ରୀ ୧୪୮ ଜଣ ତୀର୍ଥଯାତ୍ରୀ ଏବଂ ୧୨ ଜଣ ନୋଡାଲ ଅଧିକାରୀ ଙ୍କୁ ନେଇ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ନେଇ ଯାଉଥିବା ୪ ଟି ବସ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ! ଭିତ୍ତି ପ୍ରସ୍ତର ସ୍ଥାପନ ରେ ନବରଙ୍ଗପୁର ଭେଷଜ ମହାବିଦ୍ୟାଳୟ ବ୍ୟତୀତ ମଣ୍ଡେଇ ପଡିଆ ଉନ୍ନତି,ବାଇପାସ୍ ରୋଡ,ଇନ୍ଦ୍ରାବତୀ ସେତୁ, ଜିଲ୍ଲାପାଳ ଙ୍କ ନୂତନ କାର୍ଯ୍ୟଳୟ,ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟଳୟ ଧୋଡ୍ରାପାରା ସେତୁ ଏଭଳି ଅନେକ ବିଭାଗୀୟ ପ୍ରକଳ୍ପ ରହିଛି ! ଶେଷରେ ପର୍ଯ୍ୟଟନ ବିଭାଗ ର ସଚିବ ବଲବନ୍ତ ସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0