।। ମାଓବାଦୀ ହାର୍ଡକୋର ବଲାଙ୍ଗିର ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ ସୋମନାଥ ଅଚେଲ ।।

ବଲାଙ୍ଗିର : ବଲାଙ୍ଗିର ବରଗଡ଼ ମହାସମୁନ୍ଦ ଡ଼ିଭିଜନର ଏସିଏମ୍ ତଥା ହାର୍ଡକୋର ମାଓବାଦୀ ଆଜି ବଲାଙ୍ଗିର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏନେଇ ବଲାଙ୍ଗିର ଜିଲ୍ଲା ପୋଲିସ କାର୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଜିପି ହିମାଂଶୁ କୁମାର ଲାଲ ସୂଚନା ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ଛତିଶଗଡ଼ ଜିଲ୍ଲା କନ୍କେର ଗ୍ରାମର ମହେଶ ଓରଫ ସୋମନାଥ ଅଚେଲ ହୋଇଥିବା ବେଳେ ସୋମନାଥ ୨୦୦୬ ମସିହାରେ ମାଓବାଦୀ ସଂଗଠନରେ ଯୋଗଦେଇଥିଲେ । ସେ ୨୦୧୧ ସମିହାରୁ ଆଜି ପର୍ୟ୍ୟନ୍ତ ବଲାଙ୍ଗିର ବରଗଡ଼ ମହାସମୁନ୍ଦ ଡ଼ିଭିଜନରେ ରହି ନିଜର କାର୍ୟ୍ୟ ତୁଳାଇ ଆସୁଥିଲେ । ଆତ୍ମସମର୍ପଣ କରିଥିବା ମାଓବାଦୀ ସୋମନାଥଙ୍କୁ ସରକାରଙ୍କ ଥଇଥାନ ନୀତି ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଆଇଜିପି ଶ୍ରୀ ଲାଲ ସୂଚନା ଦେଇଛନ୍ନ୍ତି । ଅନ୍ୟପଟେ ମାଓବାଦୀମାନେ ହିଂସା ପଥ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମଧ୍ୟ ଆଇଜିପି ଶ୍ରୀ ଲାଲ ଆହ୍ୱାନ ଦେଇଛନ୍ତି । ଆଇଜିପି ଶ୍ରୀ ଲାଲଙ୍କ ପରେ ଏସ୍ପି ଆହ୍ୱାନ ଦେଇଥିବା ବେଳେ ହାଡ୍ର୍କେର ମାଓବାଦୀ ସୋମନାଥ ମଧ୍ୟ ନିଜର ମାଓବାଦୀ ସଂଗଠନର ସଦସ୍ୟ ସଦସ୍ୟା ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମି ହେବା ପାଇଁ କହିଛନ୍ତି ।
ବଲାଙ୍ଗିର ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






