।। ମାଁ ମାଝୀ ଗୌରୀ ମନ୍ଧିର ଫାଟକ ଠାରୁ କପିଳାସ ଛକ ଓ ତୁମ୍ବିଗୁଡା ଛକ ପର୍ଯ୍ୟନ୍ତ ଆଦିବାସୀ ମହାସଂଘ ତରଫରୁ ବିଶାଳ ଶୋଭାଯାତ୍ରା ।।

Nov 3, 2023 - 21:51
 0  146
।। ମାଁ ମାଝୀ ଗୌରୀ ମନ୍ଧିର ଫାଟକ ଠାରୁ କପିଳାସ ଛକ ଓ ତୁମ୍ବିଗୁଡା ଛକ ପର୍ଯ୍ୟନ୍ତ ଆଦିବାସୀ ମହାସଂଘ ତରଫରୁ ବିଶାଳ ଶୋଭାଯାତ୍ରା ।।

ମୁନିଗୁଡ଼ା ରାୟଗଡା ଜିଲ୍ଲା ନ୍ୟିୟୁଜ୍:- ଆଜି ରାୟଗଡା ସହରରେ ୧୩ ବର୍ଷ ତଳେ ହୋଇଥିବା ଆଦିବାସୀ ମହାସଂଘ ର ରଣହୁଙ୍କାର ର ପୁନରାବୁର୍ତ୍ତୀ ଦେଖିବାକୁ ମିଳିଛି | ଜିଲ୍ଲାର ବିଭିନ୍ନ ବ୍ଲକ ରୁ ପ୍ରାୟ ୧୦,୦୦୦ ରୁ ଉର୍ଦ୍ଧ ଆଦିବାସୀ ଏକତ୍ରିତ ହୋଇ ଭାଗୀରଥୀ ମାଣ୍ଡାଙ୍ଗୀ ଙ୍କୁ ନ୍ୟାୟ ଦାବି ଏବଂ ଆଦିବାସୀ ଏକତା ଜିନ୍ଦବାଦ ନାରା ରେ ସହର ରେ କମ୍ପନ ସୃଷ୍ଟି କରାଯାଇଥିଲା | ୩ ଦିଗରୁ ଜନସାଧାରଣ ଆସି ଯେପରି ବସନ୍ତ ଉଲ୍ଲକା ଙ୍କ ନେତୃତ୍ବରେ ମଝିଘରିଆଣୀ ମନ୍ଦିର ଫାଟକ ରୁ କପିଳାସ ଛକ , ଆପ୍ପାଲା ସ୍ଵାମୀ କାଡ୍ରାକା ଙ୍କ ନେତୃତ୍ବରେ କୋରାପୁଟ ଛକରୁ ଓ ଜଗନ୍ନାଥ ମାଣ୍ଡାଙ୍ଗୀ ଙ୍କ ନେତୃତ୍ବରେ ତୁମ୍ଭିଗୁଡା ଛକରୁ କପିଳାସ ହୋଟେଲ ଛକ ପର୍ଯ୍ୟନ୍ତ ହଜାର ହଜାର ଆଦିବାସୀ ପୁରୁଷ,ମହିଳା,ଯୁବକ ଓ ଯୁବତୀ ପହଞ୍ଚିଥିଲେ | ସେଠାରୁ ଆନୁମାନିକ ୧୦,୦୦୦ ରୁ ଉର୍ଦ୍ଧ ଆଦିବାସୀ ଏକତ୍ରିତ ହୋଇ ପିଡବ୍ଲୁଡି ଛକ ଦେଇ ବିଭିନ୍ନ ନାରା ଦେଇ ଯେପରି ଭାଗୀରଥୀ ହତ୍ୟାକାରୀ କୁ ଫାଶୀଦିଅ, ଆଦିବାସୀ ଭାଇ ଡାକରା ଦିଏ । ଲଢେଇ କରି ବଞ୍ଚି ହୁଏ, ହଷ୍ଟେଲ ରେ ଆଦିବାସୀ ପିଲାଙ୍କ ଉପରେ ଜୁଲମ ଚଳିବ ନାହିଁ,କୁଟୁମ୍ବ ଜଙ୍ଗଲ ପଟା ଆମର ଦାବି,ଆଦିବାସୀ ଶିକ୍ଷିତ ବେକାରୀ ଙ୍କୁ ଚାକିରି ଦିଅ ଏପରି ଅନେକ ନାରା ଦେଇ ଜିଲ୍ଲାପାଳଙ୍କ କାର୍ଜ୍ୟାଳୟ ସମୁଖରେ ପହଞ୍ଚିଥିଲେ | ସେଠାରେ ବସନ୍ତ ଉଲ୍ଲକା ନିଜ ଅଭିଭାଷଣରେ ଜିଲ୍ଲାରେ ଆଦିବାସୀ ଙ୍କ ପ୍ରତି ହେଉଥିବା ଅଣଦେଖା ବିଷୟରେ ଉଲେଖ୍ୟ କରିବା ସହ ଭାଗୀରଥୀ ମାଣ୍ଡାଙ୍ଗୀ ଙ୍କ ହତ୍ୟା ପଛରେ ସିଧା ପୂର୍ବତନ ସାଂସଦ ଏନ ଭାସ୍କର ରାଓ ଙ୍କ ହାତ ଅଛି ବୋଲି କହିଥିଲେ ସେହିପରି ଆପ୍ପାଲା ସ୍ଵାମୀ କାଡ୍ରାକା ଆଦିବାସୀ ଙ୍କୁ ଶୋଷଣ ନୀତି ବନ୍ଦ କରାଯାଉ ବୋଲି କହିଥିଲେ | ସେଠାରୁ ପ୍ରାୟ ୧୦ ଜଣ ଆଦିବାସୀ ଙ୍କ ନେତୃତ୍ଵ ନେଉଥିବା ଆଗଧାଡିର ନେତା ନେତ୍ରୀ ଓ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବ ସିଙ୍ଗ ଙ୍କୁ ତାଙ୍କ କକ୍ଷରେ ଦେଖାକରି ଦାବିପତ୍ର ଦେଇଥିଲେ | ଦାବିପତ୍ରରେ ମୁଖ୍ୟ ବିଷୟବସ୍ତୁ ଭାଗୀରଥୀ ମାଣ୍ଡାଙ୍ଗୀ ଙ୍କ ହତ୍ୟା କେସ୍ କୁ ଯଥାଶୀଘ୍ର ସିବିଆଇ କୁ ହସ୍ତାନ୍ତର କରି, ପ୍ରକାଶ ଯୋଗ୍ୟ ଦିନଆଲୁଅ ରେ ବୁଲି ବୁଲି ଲୋକମାନଙ୍କ ସ୍ଵାର୍ଥ ପାଇଁ ନେତାଗିରି କରୁଥିବା ଭାଗୀରଥୀ ମାଣ୍ଡାଙ୍ଗୀ ଙ୍କ ହତ୍ୟାକାରୀ ଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବୀ କରିଛନ୍ତିି ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ