ମହାଶିବରାତ୍ରି ପାଳନ ପାଇଁ ପ୍ରସ୍ତୁତି ବୈଠକ

Jan 25, 2026 - 20:24
 0  25
ମହାଶିବରାତ୍ରି ପାଳନ ପାଇଁ ପ୍ରସ୍ତୁତି ବୈଠକ

ବାରିପଦା - ତା :- ୨୫/୦୧/୨୦୨୬ ରିଖ ସ୍ଥାନୀୟ ତକତପୁର ସ୍ଥିତ ପାତାଳେଶ୍ୱର ମହାଦେବ ମନ୍ଦିର ପରିସରରେ ୩୯ତମ ମହାଶିବରାତ୍ରି ପାଳନ ଅବସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ମନ୍ଦିର ପରିଚାଳନା କମିଟିର ସଭାପତି ସୋମନାଥ ସିଂହଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ସଭାରେ ମନ୍ଦିର ଟ୍ରଷ୍ଟି ତଥା ପୂଜକ ଶ୍ରୀନିବାସ ପ୍ରସାଦ, ସମ୍ପାଦକ ବଳରାମ ନାଥ, ଉପ ସଭାପତି ଡଃ ନିରୋଜ କୁମାର ପୋଥାଳ ଓ ସୁଜିତ କୁମାର ସାହୁ, ଉପଦେଷ୍ଟା ଡଃ ଅସୀମ କୁମାର ଚକ୍ରବର୍ତ୍ତୀ, କାର୍ଯ୍ୟାଳୟ ସମ୍ପାଦକ ଗଦାଧର ଭଦ୍ର, କୋଷାଧ୍ୟକ୍ଷ ସୁସ୍ମିତା ପ୍ରସାଦ, ଯୁଗ୍ମ ସମ୍ପାଦକ ଅମ୍ବିକା ମହାନ୍ତ, ମହିଳା ସାଙ୍ଗଠନିକ ସମ୍ପାଦିକା ଛବିରାଣୀ ଧଳ, ସଂଯୋଜକ ଚନ୍ଦ୍ରକାନ୍ତ ବେହେରା, ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ପ୍ରହରାଜ, ଗୌରଦାସ ଗିରି, ଅଜିତ ଦାସ, ଅଟଳ ମହାନ୍ତ, ସଂଯୁକ୍ତା ରାଣୀ ସୁର ପ୍ରମୁଖ ଉପସ୍ଥିତ ରହି ମହାଶିବରାତ୍ରି ପାଳନ ଉପରେ ସୁଚିନ୍ତିତ ମତ ପ୍ରକାଶ କରିଥିଲେ I ଚଳିତ ବର୍ଷ ଫେବୃୟାରୀ ୧୪ ତାରିଖ ଭୋର ୩ଟା ୨୧ ରେ ଏକବାରୀ ଆରମ୍ଭ ହେବା ପରେ ଅପରାହ୍ନ ୧ଟା ୧୫ ମିନିଟରେ କାର୍ଯ୍ୟକ୍ରମ ରହିଛି ଓ ୧୫ ତାରିଖ ଦିନ ମହାଶିବରାତ୍ରି ପାଳନ ଅବସରରେ ଭୋର ୩ଟା ୨୧ ରୁ ବାବାଙ୍କର ପୂଜାବିଧି ଆରମ୍ଭ ହେବା ସହ ଅପରାହ୍ନ ୪ଟା ୧୭ ମିନିଟରେ ସମୂହ ଜାଗର ଦୀପ ପ୍ରଜ୍ବଳନ ଆରମ୍ଭ ହେବ ଏବଂ ୧୬ ତାରିଖ ସକାଳ ୫ଟା ୧୫ ମିନିଟରେ ମହାଦୀପ ଉଠିବ ବୋଲି ପୂଜକ ଶ୍ରୀ ପ୍ରସାଦ ପ୍ରକାଶ କରିଥିଲେ I ପ୍ରକାଶ ଥାଉକି ଏହି ମନ୍ଦିରରେ ମୟୁରଭଞ୍ଜ ସମେତ ଝାଡଖଣ୍ଡ, ପଶ୍ଚିମବଙ୍ଗ ଅଂଚଳରୁ ପ୍ରାୟ ୨ ହଜାର ଭକ୍ତ ଜାଗର ଦୀପ ଜାଳିବା ସହ ପ୍ରାୟ ୫ ହଜାରରୁ ଉର୍ଦ୍ଧ ଭକ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥାଏ I ଶାନ୍ତିଶୃଙ୍ଖଳା ସହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ