।। ମହା ଶିବରାତ୍ରୀ ଉପଲକ୍ଷେ ଡାକ୍ତରଖାନା ପରିସରରେ ରୋଗୀ ଓ ସମ୍ପର୍କୀୟ ଙ୍କୁ ଖାଦ୍ୟ ବଣ୍ଟନ କଲା ବଲାଙ୍ଗୀର ଜିଲ୍ଲା ଅଘରିଆ ସମାଜ ।।

ବଲାଙ୍ଗୀର ତା.8/3/24 ଶୁକ୍ରବାର, ଆଜି ପବିତ୍ର ଶିବରାତ୍ରି ଉପଲକ୍ଷେ ବଲାଙ୍ଗୀର ଜିଲ୍ଲା 84 ଘର ଅଘରିଆ ସମାଜ ବଲାଙ୍ଗୀର ଟ୍ରଷ୍ଟ ପକ୍ଷରୁ ଭୀମଭୋଇ ହସ୍ପିଟାଲ ପରିସରରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଂକୁ ଖାଦ୍ୟ ବଣ୍ଟନ କରାଗଲା। ଖୁସିର କଥା 1000 ରୁ ଉର୍ଦ୍ଧ୍ବ ବ୍ୟକ୍ତି ଏହାର ସୁଯୋଗ ନେଇଥିଲେ । ମଲମଣ୍ଡା ଗ୍ରାମ୍ୟ କମିଟି ଯୁବାବର୍ଗ ଓ କର୍ମକର୍ତ୍ତାଙ୍କ ପୂର୍ଣ୍ଣ ସହଯୋଗରେ ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ସଭାପତି ଶୁଭ୍ରାଂଶୁ ଶେଖର ପଟେଲ ଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଓ କର୍ମକର୍ତ୍ତା, ଗୁଡ଼ି ସଭାପତି ଓ କର୍ମକର୍ତ୍ତା, ପୁସ୍ତକ କମିଟି, ଯୁବାମଞ୍ଚ, କୃଷକ ମଞ୍ଚ, ନିର୍ମାଣ କମିଟି ଓ ଉପଦେଷ୍ଟା ମଣ୍ଡଳୀ ସହ ବିଭିନ୍ନ ଅଞ୍ଚଳର ଗ୍ରାମ୍ୟ କମିଟି ର ଯୁବ ସମାଜ ସମେତ ବିବେକା ନନ୍ଦ ପଟେଲ, ଯଦୁନାଥ ପଟେଲ, ଚିତ୍ତ ରଞ୍ଜନ ପଟେଲ ଅନ୍ତ ପଟେଲ ଓ ଆଶୁତୋଷ ପଟେଲ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ବଲାଙ୍ଗୀର ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






