ମସୁରୀ-ଡେରାଡୁନ୍ ମୁଖ୍ୟ ରାସ୍ତାରେ ତଳକୁ ଖସିଲା ବସ୍: ୨ମୃତ, ୨୬ଆହତ

Apr 3, 2023 - 07:04
 0  33
ମସୁରୀ-ଡେରାଡୁନ୍ ମୁଖ୍ୟ ରାସ୍ତାରେ ତଳକୁ ଖସିଲା ବସ୍: ୨ମୃତ, ୨୬ଆହତ

ଉତ୍ତରାଖଣ୍ଡର ମସୁରୀ-ଡେରାଡୁନ୍ ମୁଖ୍ୟ ରାସ୍ତାରେ ଥିବା ଶେରଗଡି ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ରାଜପଥରେ ଏକ ବସ୍ ନିୟନ୍ତ୍ରଣ ହରାଇ ଖାତକୁ ଖସିପଡିଥିବା ସାମ୍ନାକୁ ଆସିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପ୍ରଶାସନ, ପୁଲିସ, ଆଇଟିବିପି ଯବାନ, ଫାୟାର ବ୍ରିଗେଡ, ୧୦୮ ଆମ୍ବୁଲାନ୍ସ ସହିତ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ଆହତମାନଙ୍କୁ ଖାତରୁ ବାହାର କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଉଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨ଜଣ ପ୍ରାଣ ହରାଇଥିବା ସାମ୍ନାକୁ ଆସିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ