ମନରେଗା ଯୋଜନା ଦୁର୍ନୀତି ରୋକିବାକୁ ସଚେତନ ବାର୍ତ୍ତା ଦେଲେ ଯୁବ ଗୋଷ୍ଟି

ଲାଞ୍ଜିଗଡ଼,(କୋରାପୁଟ ପ୍ରଥମ ଖବର ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଲାଞ୍ଜି ଗ୍ରାମ ପଞ୍ଚାୟତ ରେ ପୁଣି ମନରେଗା ଯୋଜନାର ଦୁର୍ନୀତି ରୋକିବା ନେଇଁ ବାଇକ ରାଲି ମାଧ୍ୟମରେ ଲାଞ୍ଜି ପଞ୍ଚାୟତର ବିଭିନ୍ନ ଗାଁରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ରି
ଟିଶ କୁମାର ଙ୍କ ତତ୍ୱବଧାନରେ ଆୟୋଜିତ ହୋଇଥିବା ବେଳେ ଏଥିରେ ଗୌତ୍ତମ ଦୋରା,ପୂର୍ଣ୍ଣ ମାଝୀ, କୁଞ୍ଜ ମାଝୀ, ବନ ମାଝୀ,ପ୍ରମୁଖ ସାମିଲ ରହି ବିଶେଷ ସହଯୋଗ କରିଥିଲେ l ଗତମାସ ମେ ୨୯ ତାରିଖ ସୋମବାର ଦିନ ଶ୍ରମିକଙ୍କ ପ୍ରତିବାଦ ସଭା କରିବା ପରେ ମଧ୍ୟ୍ୟ ବ୍ଲକ କିମ୍ୱା ଜିଲ୍ଲା ପ୍ରଶାସନ ଏବେ ଯାଏଁ କୌଣସି ପଦେକ୍ଷପ ନ ନେବାରୁ ଆଜି ପୁଣି ମନରେଗା ମହାଦୁର୍ନୀତ ରୋକିବା ପାଇଁ ବାଇକ ରାଲି ମାଧ୍ୟ୍ୟମରେ ଲାଞ୍ଜି ପଞ୍ଚାୟତର ପ୍ରତେକ ଗାଁ ଯାଇ ସଚେତନ ବାର୍ତ୍ତା ଦେଇଥିଲେ ଅଞ୍ଚଳର ଯୁବ ଗୋଷ୍ଟି l
ଏହି ରାଲିରେ ଆଲୋଚନା ହୋଇଥିଲା ଯେ ବ୍ଲକ ପ୍ରଶାସନ ଓ ଜି ଆର ଏସ ଏବଂ ଗାଁ ସାଥି ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏବେ ଯାଏଁ ବ୍ଲକ ବା ଜିଲ୍ଲା ପ୍ରଶାସନ ଦୁର୍ନୀତି ଗ୍ରସ୍ତ ଜି ଆର ଏସ ଓ ଗାଁ ସାଥି ଙ୍କ ବିରୋଧ ଏବେ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ପରୁନାହିଁ ଯାହା ଫଳରେ ମନରେଗା ଯୋଜନାରେ କାମ କରୁଥିବା ଶ୍ରମିକଙ୍କୁ ପାରିଶ୍ରମିକ ଅର୍ଥ ରାଶି ମିଲି ନି ବୋଲି ବୈଠକ ରେ ଆଲୋଚନ ହୋଇଥିଲା l ଉକ୍ତ ବୈଠକ ରେ ଲାଞ୍ଜି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ଯୋଗଦେଇ ଜି ଆର ଏସ ଓ ଗାଁ ସାଥି ଙ୍କ ମନମୁଖୀ କାର୍ଯ୍ୟ କୁ ନେଇଁ ବିରୋଧ କରିବା ସହିତ ଏବେ ବ୍ଲକ ପ୍ରଶାସନ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନ ନିଏ ତାହାହେଲେ ଆମେ ବ୍ଲକ ଘେରାଉ କରିବା ସହିତ ବ୍ଲକ ପ୍ରଶାସନଙ୍କ ନାମରେ କୋଟ କେସ ରୁଜୁ କରିବୁ ବୋଲି ଦୃଢ଼ ଚେତାବନୀ ଦେଇଛନ୍ତି l ସୂଚନା ଅନୁସାରେ ମନରେଗା ଯୋଜନାରେ ହେଉଥିବା ମହାଦୁର୍ନୀତି ଓ ଅନେକ ସ୍ଥାନରେ ଅଧାପନ୍ତରିଆ ଭାବେ କାର୍ଯ୍ୟ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିବା ଓ ଶ୍ରମିକଙ୍କୁ ନିୟମିତ ପାରିଶ୍ରମିକ ଅର୍ଥରାଶି ନ ମିଳିବା ଏବଂ ଶ୍ରମିକଙ୍କୁ ଉଚିତ ପରିମାଣରେ ମଜୁରୀ ନ ଦେବା ଭଲି ଅନେକ ଅଭିଯୋଗ ସତ୍ୟ ମଧ୍ୟ ବ୍ଲକ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନନେବା କେତେ ବଡ଼ ଦୁର୍ଭାଗ୍ୟ ର ବିଷୟ l ଯେଉଁ ପର୍ଯ୍ୟନ୍ତ କାର୍ଯ୍ୟରେ ଥିବା ଜି ଆର ଏସ ଓ ଗାଁ ସାଥି ଙ୍କ ବିରୋଧ ରେ ବ୍ଲକ ବା ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଏ ସେ ଦିନ ପର୍ଯ୍ୟନ୍ତ ଜି ଆର ଏସ ଓ ଗାଁ ସାଥି ମାନେ ମନମୁଖୀ କାର୍ଯ୍ୟ କରିଚାଲୁଥିବେ ତେଣୁ ଯଥା ସମ୍ଭବ ଅର୍ଥ ରାଶି ହଡପ କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସି ଙ୍କ ଦାବି ହେଉଛି ।
ଲାଞ୍ଜିଗଡ ରୁ ସାଗର ହରିଜନ କୋରାପୁଟ ପ୍ରଥମ ଖବର
What's Your Reaction?






