।। ମଦ ବିକାଳୀ ର ମୃତୁ:ତିନି ଜଣ ଗିରଫ ।।

Dec 5, 2023 - 18:41
 0  40
।। ମଦ ବିକାଳୀ ର  ମୃତୁ:ତିନି ଜଣ ଗିରଫ  ।।

ପ୍ରାଖୋଲ ଚଢ଼ା ଦରରେ ବିଦେଶୀ ମଦ ବିକ୍ରି କରୁଥିବାରୁ ଗଣ୍ଡଗୋଳ, ଚିକିତ୍ସାଧୀନ ଅବସ୍ଥାରେ ମଦଦୋକାନ କର୍ମଚାରୀ ଙ୍କ ମୃତ୍ୟ, ତିନି ଅଭିଯୁକ୍ତ କୋର୍ଟ ଚାଲାଣ ଖପ୍ରାଖୋଲ ୪/୧୨-ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ରେ ଥିବା ସରକାରୀ ଠିପି ବନ୍ଦ ବିଦେଶୀ ମଦଦୋକାନ ରେ ମଦ ଦର ଓ ପଇସା କୁ ନେଇ ଗ୍ରାହାକ ଓ ମଦ ଦୋକାନ କର୍ମଚାରୀ ଙ୍କ ମଧ୍ୟରେ ରବିବାର ଅପରାହ୍ନ ରେ କଥା କଟା କାଟି ଓ ପରେ ଗଣ୍ଡଗୋଳ ର ରୂପ ନେଇଥିଲା। ମଦ୍ୟପ ଗ୍ରାହକଙ୍କ ଲାଠି ମାଡ଼ରେ ମଦଦୋକାନ କର୍ମଚାରୀ ବିହାର ରାଜ୍ୟ ଆରଙ୍ଗାବାଦ ର ନିବାସୀ ଗୋପାଳ ପ୍ରସାଦ (୩୩) ଗୁରୁତର ହୋଇଥିଲେ। ଆହତ କୁ ଉଦ୍ଧାର କରି ଅନ୍ୟ କର୍ମଚାରୀ ମାନେ ପ୍ରଥମେ ଖପ୍ରାଖୋଲ ଓ ପରେ ପାଟଣାଗଡ ଡାକ୍ତର ଖନାରେ ଚିକିତ୍ସା କଳା ପରେ ଗୁରୁତର ହେବାରୁ ବୁର୍ଲା ବଡ଼ ମେଡ଼ିକାଲ କୁ ନେଇଥିଲେ। ସେଠାରେ ଚିକିତ୍ସା ଧିନ ଅବସ୍ଥାରେ ସୋମବାର ସକାଳେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏନେଇ ଖପ୍ରାଖୋଲ ଥାନା ରେ ଆଜି ୩୦୭ ଦଫାରେ ଏକ ମାମଲା ରୁଜୁ କରି ପୋଲିସ ତିନି ଅଭିଯୁକ୍ତ ବେଲପଡ଼ା ଥାନା ଖରଖରା ଗାଁ ର ଲଛମନ ଦାସ (୩୧), ବୁଢାଭଟା ଗାଁ ର ଯୋଗିନ୍ଦ୍ର ବରିହା (୨୯) ଓ ବିଶ୍ଵନାଥ ନିଆଲ୍ (୩୦) କୁ ଗିରଫ କରି ସୋମବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ବେଳେ ଆସନ୍ତାକାଲି ୩୦୨ ଦଫା ଲାଗୁ ହେବ ବୋଲି ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଅଭିଯୁକ୍ତ ମାନେ ପାଖ ଗାଁ କୁ କ୍ରିକେଟ ଖେଳିବାକୁ ଆସିଥିବା ବେଳେ ଖେଳରେ ହାରିଜିବାରୁ ମଦ ପାଇଁ ଖପ୍ରାଖୋଲ ମଦଦୋକାନ କୁ ଆସିଥିଲେ। ସେଠାରେ ମଦ କିଣା ବେଳେ ଦରକୁ ନେଇ ୧୦ ଟଙ୍କା ମଦ ଦୋକାନୀ ଅଧିକ ନେଉଥିବା ରୁ ବଚସା ହେବା ସହ ପରେ ଗଣ୍ଡଗୋଳ,ଓ ମାରପିଟ ହୋଇଥିଲ। ମଦ୍ୟପ ଯୁବକ ମାନେ ଉତ୍ୟକ୍ତ ହୋଇ ଏକ ଲାଠିରେ ମଦ ଦୋକାନ କର୍ମଚାରୀ ଙ୍କୁ ମାଡ଼ ମାରିଥିବା ଜଣାଯାଇଛି। ଯେଉଁଥିରେ କର୍ମଚାରୀ ଜଣକ ଗୁରୁତର ହୋଇଥିଲେ ଆଉ ବୁର୍ଲ୍ଲାରେ ଚିକିତ୍ସାଧିନ ଅବସ୍ଥାରେ କମିଚାରୀ ଜଣକ ଆଜି ମୃତ୍ୟୁ ଘଟିଥିବା ସ୍ଵଚନା ମିଳିଛି ।

ଖପ୍ରାଖୋଲ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ