।। ଭତ୍ତା ପାଇଁ ବ୍ଲକ କାର୍ଯ୍ୟାଳୟ ଓ ବ୍ୟାଙ୍କ କୁ ବାରମ୍ବାର ଦୌଡ଼ୁଛନ୍ତି ଶତାଧିକ ହିତାଧିକାରୀ ।।

Oct 4, 2023 - 18:12
 0  17
।। ଭତ୍ତା ପାଇଁ ବ୍ଲକ କାର୍ଯ୍ୟାଳୟ ଓ ବ୍ୟାଙ୍କ କୁ ବାରମ୍ବାର ଦୌଡ଼ୁଛନ୍ତି ଶତାଧିକ ହିତାଧିକାରୀ ।।

ରାଜ୍ୟ ଓ କେନ୍ଦ୍ର ସରକାର ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବା ମହିଳାଙ୍କ ସହାୟତା ନିମନ୍ତେ ପେନ୍‌ସନ୍ ଯୋଜନାରେ ଅନ୍ତର୍ଭୁ୍ତ କରି ପ୍ରତ୍ୟେକ ମାସ ର ନିର୍ଦ୍ଧିଷ୍ଟ ସମୟରେ ହିତାଧୀକାରୀ ମାନଙ୍କୁ ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି ଏବଂ ହିତାଧୀକାରୀ ମାନେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ କୁ କିମ୍ବା ବ୍ଲକ କାର୍ଯ୍ୟାଳୟ କୁ ନଯାଇ ସିଧା ସଳଖ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଦେବାର ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି । ତେବେ ଶତାଧିକ ହିତାଧୀକାରୀ ଭତ୍ତା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ଥୁଆ ମୂଳ ରାମପୁର ବ୍ଲକର ବିଭିନ୍ନ ପଞ୍ଚାୟତ ଅଞ୍ଚଳ ର ହିତାଧିକାରୀମାନେ ଏକାଧିକ ମାସ ହେଲାଣି ଭତ୍ତା ପାଉନଥିବା ଅଭିଯୋଗ ହେଉଛି । ଭତ୍ତା ପାଇଁ ବ୍ଳକ୍ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ଦୌଡ଼ି ଅଯଥା ଖର୍ଚ୍ଚାନ୍ତ ସାଙ୍ଗକୁ ସମୟ ନଷ୍ଟ ସାଙ୍ଗକୁ ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରି ନିରାଶ ରେ ଫେରୁଥିବା କହିଛନ୍ତି ହିତାଧୀକାରୀ , ସେମାନଙ୍କ ମଧ୍ୟରୁ ଅନେକ ବୃଦ୍ଧ ବୃଦ୍ଧାଙ୍କ ଚାଲିବାକୁ ବଳ ନଥିବା ସମୟରେ,କେହି ୫୦ କିଲୋମିଟର ବାଟରୁ ଆସୁଛି ତ ଆଉ କିଏ ୨୦ କିଲୋମିଟର ଦୂରରୁ ଆସୁଛି। ହିତାଧୀକାରୀମାନେ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ସାମାଜିକ ଓ ସୁରକ୍ଷା ଅଧିକାରୀଙ୍କୁ ଗୁହାରି କରିଛନ୍ତି। ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟ ଜରିଆରେ ମାସର ୧୫ ରୁ ୨୦ ତାରିଖ ମଧ୍ୟରେ ଭତ୍ତା ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ପ୍ରଦାନ କରାଯାଉଥିବାରୁ ହିତାଧୀକାରୀ ସଠିକ୍ ସମୟରେ ଭତ୍ତା ଟଙ୍କା ପାଇପାରୁ ନଥିବା ଏବଂ ବ୍ୟାଙ୍କ ରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ କରିଛନ୍ତି । ଡୁମର ପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନ ଦେର୍ଲା ଗ୍ରାମର ବୁଡ଼ା ବୁଡି,ବିଧବା ଓ ବିକଲାଙ୍ଗ 1 କୁମଟି ନାଏକ 2, ଚନ୍ଦ୍ର ନାୟକ 3, ଚିନ୍ତା ମଣି ନାଏକ 4, କୁମାରୀ ବେୱା 5,ଲଳିତା ନାଏକ ଓ ସମାଜ ସେବୀ ହେମନ୍ତ ନାଏକ କଣ କହୁଛନ୍ତି ଆସନ୍ତୁ ଶୁଣିବା ତାଙ୍କ ମୁହଁ ରୁ । ବର୍ଷ ବର୍ଷ ମାସ ମାସ ଧରି ପାଇନଥିବା ବେଳେ ସମସ୍ତ ଲୋକଙ୍କୁ 3 ମାସର ଭତା ଦେଇନଥିବା ପି. ଇ.ଓ. ପ୍ରେମଚାନ୍ଦରଣା ଙ୍କ ନାମରେ ଅଭିଯୋଗ ଆଣି ଛନ୍ତି। ପୂର୍ବ ଭଳି ହାତାହାତି ଭତ୍ତା ଟଙ୍କା ପ୍ରଦାନ କରିବା ପାଇଁ ହିତାଧିକାରୀ ଦାବି କରିଛନ୍ତି ।

କଳା ହାଣ୍ଡି ଜିଲ୍ଲା ରୁ ଅଙ୍ଗଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ