ଭତ୍ତା ଟଙ୍କା କଲେଙ୍କାରୀ : ଆକାଉଣ୍ଟ ଅଚଳ କଲା ସାଇବର୍‌ ସେଲ୍

Feb 1, 2026 - 05:32
 0  3
ଭତ୍ତା ଟଙ୍କା କଲେଙ୍କାରୀ : ଆକାଉଣ୍ଟ ଅଚଳ କଲା ସାଇବର୍‌ ସେଲ୍

ଲଇକେରା, ୩୧।୧ (ଫାଷ୍ଟ ନ୍ୟୁଜ ଓଡିଶା): ଭତ୍ତା ଟଙ୍କା କରାଇ ଦେବାର ପ୍ରଲୋଭନ ଦେଖାଇ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ୍ ବିଡ଼ମାଲ ଗ୍ରାମରେ ଭିନ୍ନକ୍ଷମ ବୃଦ୍ଧ ଦିବାକର ପଟେଲ (୬୫)ଙ୍କୁ ଫସେଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ନାମରେ ଆକାଉଣ୍ଟ ଖୋଲି ବେଆଇନ କାରବାର କରାଯାଇଥିବାରୁ ବେଙ୍ଗାଲୁରୁର ସାଇବର୍ ସେଲ୍‌ର ସ୍କାନର୍‌ରେ ସେ ଆସିଯାଇଛନ୍ତି। ତାଙ୍କୁ ଆକାଉଣ୍ଟକୁ ସାଇବର୍‌ ସେଲ୍ ଅଚଳ କରିଦେଇଥିବା ଦିବାକର ଅଭିଯୋଗ କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ଦିବାକରଙ୍କ ଅଭିଯୋଗ ଅନୁସାରେ, ସେହି ଗ୍ରାମର ଦୁର୍ଗାଶଙ୍କର କଲେତ ଦିନେ ତାଙ୍କୁ ଏକ ନୂଆ ଯୋଜନା ବିଷୟରେ କହିଥିଲା। ଭିନ୍ନକ୍ଷମମାନଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ଭତ୍ତା ମିଳୁଥିବାରୁ ବ୍ୟାଙ୍କରେ ନୂଆ ଖାତା ଖୋଲାଇବାକୁ ପ୍ରବର୍ତ୍ତାଇଥିଲା। ବ୍ୟାଙ୍କରେ ଖାତା ଖୋଲିବା ପରେ ପାର୍ଶ୍ଵବହି, ଏଟିଏମ୍‌କାର୍ଡ ସହିତ ଆଧାର କାର୍ଡ ଦେଇ ଏକ ସିମ୍‌କାର୍ଡ ମଧ୍ୟ ବାହାର କରି ନେଇଯାଇଥିଲା। ହେଲେ ଦିବାକର ଭତ୍ତା ଟଙ୍କା ବିଷୟରେ ପଚାରିବାରୁ ସେ ଆଉ ଧରାଛୁଆଁ ଦେଇ ନଥିଲା। ଦିବାକର କିମିରାସ୍ଥିତ ଏସ୍‌ବିଆଇ ଶାଖାକୁ ଆସି ପଚାରିଥିଲେ | ଫଳରେ ଶାଖା ପରିଚାଳକ ସେ ଠକେଇର ଶିକାର ହୋଇଥିବା କହିଥିଲେ। ତାଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କାର କାରବାର ହୋଇଥିବାରୁ ବେଙ୍ଗାଲୁରୁ ସାଇବର ସେଲ୍ ଉକ୍ତ ଆକାଉଣ୍ଟକୁ ହୋଲ୍ଡ କରିଛି। ଏହା ପରେ ଦିବାକର ଚିନ୍ତାରେ ପଡ଼ିଛନ୍ତି। ଏନେଇ ଶାଖା ପରିଚାଳକ କହିଛନ୍ତି, ଅଞ୍ଚଳରେ ଏଭଳି ଠକେଇ ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେର କୁହନ୍ତି, ଥାନା ପକ୍ଷରୁ ବହୁତ ହୋଇଛି। ତେଣୁ ସଚେତନତା ଜରୁରି। ଲଇକେରା ପ୍ରତି ପଞ୍ଚାୟତରେ ସାଇବର ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ତଥାପି କିଛିବ୍ୟକ୍ତି ଅଧିକ ଟଙ୍କା ପାଇବା ଆଶାରେ ଏପରି ଫସି ଯାଉଛନ୍ତି।

 ଲଇକେରା ରୁ ନିଶିତ କୁମାର ବହିଦାରଙ୍କ ରିପୋର୍ଟ,ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ