।। ଭଇଁସମୁଣ୍ଡି ଗ୍ରାମର ଭଇଁଷlହିପାଟ ମନ୍ଦିର ପ୍ରାଙ୍ଗଣରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ।।

Oct 2, 2023 - 18:49
 0  20
।। ଭଇଁସମୁଣ୍ଡି ଗ୍ରାମର ଭଇଁଷlହିପାଟ ମନ୍ଦିର ପ୍ରାଙ୍ଗଣରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ।।

ନୂଆପଡା : ନୂଆପଡା ସରପଞ୍ଚ ଓ ସମିତି ସଭ୍ୟ ସଙ୍ଘ ପକ୍ଷ୍ୟରୁ ଭଇଁସମୁଣ୍ଡି ଗ୍ରାମର ଭଇଁଷlହିପାଟ ମନ୍ଦିର ପ୍ରାଙ୍ଗଣରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ସମ୍ମାନିତ ଅତିଥି ଭାବେ ଭାରତ ଲାଲ ରାଉତ, ଜ଼ିଲ୍ଲା ପରିଷଦ ସଭ୍ୟ ଉମା ଠାକୁର, ନୂଆପଡ଼ା ବ୍ଲକ ଅଧକ୍ଷ୍ୟା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ୍ ଦିଲୀପ ନିର୍ମଲକର, ନୂଆପଡା ସରପଞ୍ଚ ସଙ୍ଘ ସଭାପତି ପ୍ରେମା ନାଏକ, ସମିତିସଭ୍ୟ ସଙ୍ଘ ସଭାପତି ନୀଳକମାଲ ଚନ୍ଦ୍ରକାର, ପୂର୍ବ ବ୍ଲକ ଅଧ୍ୟକ୍ଷ ତଥା ଜାମପାଣି ସମିତି ସଭ୍ୟ ଚୁନିଲାଲ ସାହୁ, ବିଜେଡି ନେତା ରମାକାନ୍ତ ଠାକୁର, ବିଡ଼ିଓ ସୁବେଦାର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ l ଧନୀରାମ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ଅବସରରେ ପଞ୍ଚଯାତ ସମିତି ସେବାରେ ଶ୍ରେଷ୍ଟ ପୁରସ୍କାର ପାଇଁ ଜାମପାଣି ସମିତିସଭ୍ୟ ଚୁନିଲାଲ ସାହୁଙ୍କୁ ସମ୍ମାନିତ କରାଯାଇଥିଲା, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଧର୍ମରାଜ ନାଏକ, କ୍ଷିତିଶୁଦ୍ଧl ବାଗ, ଧନଞ୍ଜୟ କଲୋ, ଦେବେନ୍ଦ୍ର ଦେବାଙ୍ଗନ, ଚୁର୍ଣ ସିଂ ମାଝୀ, ଠାକୁର ରାମ ମାଝୀ, ଦୁଖୀ ଶ୍ୟାମ ପ୍ରଧାନ, ଜାଗୃତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ