ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ଜ଼ିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Nov 24, 2023 - 11:50
 0  23
ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ଜ଼ିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନୂଆପଡା : ଚାକିରୀ ନିୟମିତ ଦାବିରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ନୂଆପଡ଼ା ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳ ହେମକାନ୍ତ ସାୟଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ୨୦୦୮ପୂର୍ବରୁ ନିଯୁକ୍ତି ପାଇଥିବା କଲେଜ କର୍ମଚାରୀଙ୍କୁ ଅନୁଦାନ (GIA)ସୁବିଧା ପ୍ରଦାନ କରିଥିବା ବେଳେ ଏହାପରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ କୌଣସି ସରକାରୀ ସୁବିଧା କି ଅନୁଦାନ ପ୍ରଦାନ କରିନାହାନ୍ତି । ଦାବି ପୂରଣ ପାଇଁ ରାଜ୍ୟରେ କାର୍ଯ୍ୟରତ ଅଧ୍ଯାପକ, କିରାଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଦୀର୍ଘ ୪୦୦ଦିନ ଧାରଣାରେ ବସିଥିଲେ ହେଁ ସରକାରଙ୍କ ତରଫରୁ କୌଣସି ନିଷ୍ପତ୍ତି ନିଆ ହୋଇନଥିଲା । ତେଣୁରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଯଦି ଦାବିପୂରଣ ନ ହୁଏ ତେବେ ସଂଘ ପକ୍ଷରୁ ରାଜ୍ୟସାରା କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଂଯୋଜକ ଅଧ୍ୟାପକ ଶିବ ପ୍ରସାଦ ସା, ନୂଆପଡ଼ା ଖଣ୍ଡ ସଂଯୋଜକ ଈଶ୍ୱର ପଟେଲ, ଯଶୋବନ୍ତ ଭୋଇ, ନମ୍ରତା ତ୍ରିପାଠୀ, ରୋଶନ କୁମାର ସାହୁ,ବିକାଶ ମୁଙ୍ଗରୀ, ଦିପେନ ମାଝୀ, ଶୈଳେନ୍ଦ୍ର ଆଚାର୍ଯ୍ୟ, ମନୀଷ ଦେବାଙ୍ଗନ ପ୍ରମୁଖଙ୍କ ସହ ଅନ୍ୟ ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ