।। ବେନିୟମ ଭାବରେ କାଠ ଗଛିତ ରହିଅଛି ଜଙ୍ଗଲ ବିଭାଗ ନିରବ ।।

Jun 15, 2023 - 20:45
 0  157
।। ବେନିୟମ ଭାବରେ କାଠ ଗଛିତ ରହିଅଛି ଜଙ୍ଗଲ ବିଭାଗ ନିରବ ।।

ଅବାଧରେ କାଠମାଫିଆ ଖୁଲୁଙ୍ଖୁଲା ଭାବରେ କାଠ କାଟି ବିଭିନ୍ନ ସ୍ଥାନରେ ଗର୍ଛିତ ରଖାଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାଯାଏ। ଏଦିଗରେ ବିଭାଗ ପକ୍ଷରୁ କୌଣସି ପ୍ରକାରେ ଏହାର ଚଢ଼ାଉ କରୁନଥିବା ଜନସାଧାରଣରେ ସନ୍ଦେହ ସୃଷ୍ଟି କରୁଅଛି। ଗରିବ ଜନସାଧାରଣ ନିଜର ପରିବାର ପ୍ରତିପୋଷଣ ଉଦ୍ଦେଶ୍ୟ ନେଇ ଯଦି ଜଙ୍ଗଲରୁ କିଛି ଶୁଖିଲା କାଠ ସଂଗ୍ରହ କରି ବିକ୍ରି କରୁଥିବା ଘଟଣାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଯେଉଁ ମାନେ ବେନିୟମ ଭାବରେ କାଠ ଗର୍ଛିତ କରି ଚୋରାଚାଲାଣ କରୁଛନ୍ତି ସେମାନଙ୍କ ପାଇଁ ଚାରିଦୈଡି ମାପ୍ ଭଳି ସଙ୍ଗୀନ ଅଭିଯୋଗ ବେଳେବେଳେ ସାମ୍ମାକୁ ଆସୁଅଛି। କାହିଁକି କିନା ବିଭାଗୀୟ କିଛି ଅସାଧୁ କର୍ମଚାରୀଙ୍କୁ ହାତ କରି କାଠ ମାଫିଆ ମାଲାମାଲ ହେଉଥିବା ଜଣାଯାଏ। ଏକ୍ଷେତ୍ର ବିଭାଗ ପକ୍ଷରୁ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ମଧ୍ୟ ଆସିଥାଏ, ଏଭଳି ଏକ ସୂଚନାରୁ ଜଣାପଡିଛି ଯେ, ତାହା ହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଦକ୍ଷିଣ ବନଖଣ୍ଡ ଅଧିନରେ ଥିବା କଲମପୁର ବ୍ଳକ ବଙ୍କାପଲା ଗ୍ରାମର ପଦର ପଡା ଖେଳ ପଡିଆରେ ବେନିୟମ ଭାବରେ କାଠଗଣ୍ତି ପଡିରହିଛି। ଏହା ଉପରେ ବିଭାଗ ପକ୍ଷରୁ ଦୃଷ୍ଟି ପଡୁନଥିବା ବିଷୟ କୁ ହିଁ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିବା ପ୍ରକାଶ କରିଛନ୍ତି। କିଛି ଗରିବ ଲୋକ ତାଙ୍କର ନିହାତି ଭାବରେ ଦରକାର ସମୟରେ ଯଦିବା କିଛି କାଠ ସଂଗ୍ରହ କରି ଏପରି ଭାବରେ ରଖନ୍ତେ ତୋ ତାଙ୍କୁ ବିଭାଗ ଅଧିକାରୀ ମାନେ ତୁରନ୍ତ ଆଗରୁ କାଠକୁ ଜବତ କରିସାରିଥାନ୍ତେ।

ଏଠାରେ ଆଶ୍ଚର୍ଯ୍ୟ ର ବିଷୟ ଏହି ସ୍ଥାନରେ ପ୍ରାୟ ସମୟରେ କାଠମାଫିଆ କାଠ ଗଣ୍ତି ଓ କାଠ ଗର୍ଛିତ ରଖି ଖୁଲୁଙ୍ଖୁଲା ଚୋରାଚାଲାଣ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ବିକ୍ରି ସୂତ୍ରରେ ଦେବା ନିତିଦିନିଆ କାମ ବୋଲି ଅଭିଯୋଗ କରିଛନ୍ତି। ଏହି କାଠକୁ ଦେଖିଲେ ସହଜରେ ଅନୁମାନ କରାଯାଇପାରେ କାଠମାଫିଆ ଜଣକ କିଛି କର୍ମଚାରୀ ଓ ସହଯୋଗୀ ଙ୍କ ସହିତ ମିଳିତ ଭାବରେ ବ୍ଯବସାୟ ଚଳାଇ ଆସୁଥିବା ଅନୁମାନ କରାଯାଉଛି। ତାଛଡା ବିଭାଗ ର ସହଯୋଗ ନଥିଲେ ଏହି କାଠମାଫିଆ ଏତେ ସାହାସରେ କାଠଗଣ୍ଡି ଗଡିକକୁ ଗର୍ଛିତ ରଖନ୍ତେ ନାହିଁ।

ଏହାଛଡା ଜୁନାଗଡ ଓ କଲମପୁର ମୁଖ୍ୟ ରାସ୍ତାରେ ଅବସ୍ଥିତ ଉକ୍ତ ଗାଁ ତଥାପି ଜଙ୍ଗଲ ବିଭାଗ କର୍ମଚାରୀ ଜାଣିଛନ୍ତି କି ନାହିଁ କିମ୍ବା ବିଭାଗର କିଛି କର୍ମଚାରୀ ଜାଣିଶୁଣି ନିରବଦ୍ରଷ୍ଠା ସାଜୁଥିବା ହିଁ ଜନତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ଘଟଣା କୁ ସହଜରେ ହଜମ ହେଉନଥିବା ଅଭିଯୋଗ ଆସୁଛି। ଗର୍ଛିତ କାଠ ଉପରେ କେବେ ବିଭାଗ ପକ୍ଷରୁ ଚଢ଼ାଉ କରିବ ସେ ସମୟ କୁ ହିଁ ଅପେକ୍ଷା କରିବାକୁ ପଡିବ ବୋଲି କିଛି ଲୋକ ଆଲୋଚନା କରୁଥିବା ଜଣାଯାଏ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 2
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ