।। ବିରିକୋଟ ଗ୍ରାମର ମାଁ ଡୋକରୀଦେବୀ ଦଶହରା ।।

Oct 28, 2023 - 18:07
 0  15
।। ବିରିକୋଟ ଗ୍ରାମର ମାଁ ଡୋକରୀଦେବୀ ଦଶହରା ।।

ମାଁ ହେଉଛି ଜଗତଜନନୀ ଜଗତ ସୃଷ୍ଟି କରିଛନ୍ତି l ସନ୍ତାନ ଯଦି ଥରେ ମାଁ କୁ ମାଁ ଡାକିଲେ ଦୁନିଆ ର ସବୁ ସୁଖ ଆନନ୍ଦ ମିଳେ ତାହା ବର୍ଣ୍ଣନା କରି ହେବ ନାହିଁ l ପ୍ରତି ବର୍ଷ ଭୋଳି ଚଳିତ ବର୍ଷ ମଧ୍ୟ ମାଁ ଡୋକରୀ ଦେବୀ ଏବଂ ବାବା ବୁଡ଼ା ରାଜା ଙ୍କ ଦଶହରା ପର୍ବ ସମୋରହରେ ଅନୁଷ୍ଠିତ l ଏହା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମ ର ଡୋକରୀ ମନ୍ଦିର ଦଶହରା ପର୍ବ ସମ୍ପନ୍ନ ହୋଇଯାଇଛି l ଏଠାକୁ ବହୁ ଦୂର ଦୁରାନ୍ତ ରୁ ଭକ୍ତ ମାନେ ଯାଇ ମାନସିକ ଥିବା ଶହ ଶହ ଭକ୍ତଭିଡ଼ ହୋଇଥିଲା l ଯାହାର ମାନସିକ କାର୍ଯ୍ୟ ସିଦ୍ଧି ସେମାନେ ମନ୍ଦିର କୁ ଯାଇ ଦର୍ଶନ କରିଥାନ୍ତ l ରାତି ରେ ଦର୍ଶକ ଓ ଭକ୍ତ ମାନଙ୍କ ପାଇଁ ମନରଞ୍ଜନ ଗୌଡ଼ଛେଣ୍ଡିଆ ଗ୍ରାମର ଗପ ସରେନି କି ପାପ ସରେନି ନାମକ ନାଟକ ହୋଇଥିଲା l ଅନ୍ୟ ପକ୍ଷରେ ମନ୍ଦିରରେ ପୁରୁଷ ମହିଳା ଦେବୀ ଖେଳ କରି ନୃତ୍ୟ କରିବା ସମୟରେ କଣ୍ଟାର ଦୋଳି ଝୁଲିବା ଦେଖିବା ଅତି ସୁନ୍ଦର l ପରେ ପରେ ମନ୍ଦିର ର ପୂଜାରୀ ରୂପେ ବନ ପୂଜାରୀ ଲୁହା କଣ୍ଟାର ଗାଦୀ ରେ ଦେବୀ ଖେଳ କରି ଗାଦୀ ବସି ଅନେକ ଲୋକ ମାନସିକ ହୋଇ ଥିବା ଲୋକଙ୍କୁ ଡାକରା ଦେଇ ତାର ମନସ୍କାମନା ପୂରଣ ହୋଇ ଥିବା କଥା ଜଣାଇ ତାଙ୍କ ମାନସିକ ପୂଜା ପାଇଁ ଚେତେଇ ଦେଇଥାନ୍ତି l ଏହି ମନ୍ଦିର କୁ ଦର୍ଶକ ବନ୍ଧୁ ଥରେ ଯାଇ ଦେଖିଲେ ବାରମ୍ବାର ଯିବା କୁ ମନ ବଲାଉ ଥାଏ l ଆପଣ ମାନେ ଏହି ମନ୍ଦିର ର ଦେବୀ କଥା କହିଲେ ବିଶ୍ୱାସ କରିବେ ନାହିଁ ଯାହା ଆପଣ ଦେଖିବେ ବିଶ୍ୱାସ କରିବେ l ଏଠିକାର ମାଁ ଦେବୀ ସତ କେବେ ମିଥ୍ୟା ହୋଇନି କି କିଏ କେବେ ନିରାଶ ହୋଇ ଫେରି ନାହିଁ l ଏହି ମନ୍ଦିର ରାଜୁଡ଼ି ଶାସନ ରୁ ଦେବୀ ପୂଜା ପାଇ ଆସୁଛନ୍ତି l ଏହି ମନ୍ଦିର ରେ ନଡ଼ିଆ,କୁକୁଡ଼ା,ପାରା, ହଂସ, ଚିଙ୍ଗୁଡ଼ି,ଭୋଳି ଅନେକ ବୋଲି ଦେଇ ଥାନ୍ତି l ଗ୍ରାମବାସି ସହ ଡୋକରୀ ପୂଜା କମିଟି ଙ୍କ ସହଯୋଗରେ ହୋଇ ଥିବା ବେଳେ ଶାନ୍ତି ଶୃଙ୍ଖଳା ରେ ଶେଷ ହୋଇ ଥିଲା l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ