।। ବିଭିନ୍ନ ଦାବୀ ନେଇ କଳା ବ୍ୟାଜ ପିନ୍ଧିଲେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ।।

Aug 11, 2023 - 18:41
 0  16
।। ବିଭିନ୍ନ ଦାବୀ ନେଇ କଳା ବ୍ୟାଜ ପିନ୍ଧିଲେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ।।

ଗତ ସୋମବାର ଦିନରୁ ରାଜ୍ୟର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ତରଫରୁ ଗତ ତା:୦୭/୦୮/୨୩ରୁ ତା:୧୭/୦୮/୨୩ ପର୍ଯ୍ୟନ୍ତ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରାଯଯାଉଥିବା ବେଳେ ଗତ ସୋମବାରରୁ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ କଳା ବ୍ୟାଜ ପିନ୍ଧି ତୁରେକେଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଯେ, ଯଦିଓ ସାତ ଦିନ ମଧ୍ୟରେ ରାଜ୍ୟ ସରକାର ଏହାର ସମାଧାନ ନ କରନ୍ତି ତେବେ ୧୭/୦୮/୨୩ ଦିନ ପରଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ସେମାନେ କହିଛନ୍ତି ପ୍ରଥମ ଦାବୀ ଏହା ଯେ, ପଞ୍ଚାୟତ ନିର୍ବାହୀମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ଓ ଯୁକ୍ତ ୩ କରିବା ସହ ଦରମା ଏକୋଇଶି ହଜାର ସାତଶହରୁ ପଇଁତିରିଶି ହଜାର ଚାରିଶହ ଟଙ୍କାକୁ ବୃଦ୍ଧି କରାଯାଉ ବୋଲି ଦାବୀ କରିଛନ୍ତି । ଦଶ ବର୍ଷ ଧରି ଚାକିରି କରୁଥିବା ପଞ୍ଚାୟତ ନିର୍ବାହୀମାନଙ୍କ ପାଇଁ ସ୍ୱତନ୍ତ୍ର ପଦବୀ ସୃଷ୍ଟି କରିବା ସହ ଉଚ୍ଚତର ଦରମା ଅବସ୍ଥାପିତ କରାଯାଉ ଏବଂ ଜିପିଡିଓ ପଦବୀକୁ ୧୦୦ ଶତକଡା ପଦବୀ କରିବା ଦାବୀକୁ ପୁରଣ କରିବାକୁ ଦାବୀ କରାଯାଇଛି ।

ଓପିଆର୍‌ଏସ୍ କ୍ୟାଡ଼ରରେ ପଞ୍ଚାୟତ ନିର୍ବାହୀମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିଲ୍ଲା ସଭାପତିଙ୍କ ସମେତ ସଂଘର ସମସ୍ତ ବୃନ୍ଦ ଦାବୀ କରିଛନ୍ତି । ଏହି ଅବସରରେ ତୁରେକେଲା ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିଲ୍ଲା ସଭାପତି ଶ୍ରୀୟା ବଲ୍ଲଭ ପାଣିଗ୍ରାହୀ, ବ୍ଲକ ସଭାପତି ଦେବରାଜ ତାଣ୍ଡି, ସମ୍ପାଦକ ନକୁଳ କୁମାର ନାଗ, କୋଷାଧ୍ୟକ୍ଷ ଜୟସିଂ ମେହେର, ସତ୍ୟନାରାୟଣ ଝାଙ୍କର, ତେଜୁରାମ ପୁଟେଲ, ପ୍ରଦୀପ କୁମାର ପ୍ରଧାନି, ମଣ୍ଟୁ ରାମ ପଧାନ, ଭୋପାଳ କିଶୋର ସିଂ ଭୋଇ ଓ ଅର୍ଜୁନ ତଅଲା ପ୍ରମୁଖ ଉପସ୍ଥିତ ଥିଲେ ।

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ