।। ବିପଦ ସଂକୁଲ ଟ୍ରାନ୍ସଫର୍ମରର ବିଦ୍ୟୁତ ଆଘାତରେ ଗାଇର ମୃତ୍ୟୁ ।।

Jun 26, 2023 - 18:42
 0  58
।। ବିପଦ ସଂକୁଲ ଟ୍ରାନ୍ସଫର୍ମରର ବିଦ୍ୟୁତ ଆଘାତରେ ଗାଇର ମୃତ୍ୟୁ ।।

ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଳକର ବିଶିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ବିଶି ବାହାଲ ଗ୍ରାମର ଭୀଷ୍ମ ପ୍ରଧାନ ନିଜ ଗାଇର ଦୁଧ ବିକ୍ରିକରି ପରିବାର ପ୍ରତି ପୋଷଣକରୁଥିଲେ। ଗାଇଟି ପ୍ରତିଦିନ ୫/୬ ଲିଟର ଦୁଧ ଦେଉଥିଲା। ଆଜି ହଠାତ ବିପଦ ସଂକୁଲ ବିଦ୍ୟୁତ ଟ୍ରାନ୍ସଫରମର ର ସଂଷ୍ପର୍ଶରେ ଆସି ଗାଇର ମୃତ୍ୟୁ ଘଟିଛି । ଗାଇଟି ଦୁହାଲିଆ ହୋଇଥିବାରୁ ପରିବାର ପୋଷଣରେ ଅସୁବିଧା ହେଉନଥିଲା।ଏହି ବିଦ୍ୟୁତ ଟ୍ରାନ୍ସଫରମର ମୁକୁଲା ଅବସ୍ଥାରେ ଥିବାରୁ ପ୍ରତିବର୍ଷ ଗୃହପାଲିତ ପଶୁମାନେ ବିଦ୍ୟୁତ ସଂଷ୍ପର୍ଶରେ ଆସି ମୃତ୍ୟୁବରଣ କରୁଥିବାର ଗ୍ରାମବାସୀ କହିଛନ୍ତି। ଆଜି ଭୀଷ୍ମ ପ୍ରଧାନ କୋମନା ଥାନାରେ ଲିଖିତ ଆକାରରେ ଜଣାଇଛନ୍ତି। ଅନ୍ୟାନ୍ୟ ସ୍ଥାନମାନଙ୍କରେ ମଧ୍ୟ ବିଦ୍ୟୁତ ଟ୍ରାନ୍ସଫରମର ବିପଦ ସଂକୁଲ ଅବସ୍ଥାରେ ପଡ଼ିରହିଛି। ତୁରନ୍ତ ବିଦ୍ୟୁତ ଟ୍ରାନ୍ସଫରମର ଗୁଡ଼ିକୁ ବାଡ଼ା ଦେବାର ବ୍ୟବସ୍ଥା କରିବାପାଇଁ ବିଦ୍ୟୁତ ବିଭାଗକୁ ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି।ଓ ଭୀଷ୍ମପ୍ରଧାନଙ୍କୁ ମୃତ୍ୟୁ ହୋଇଥିବା ଗାଇର କ୍ଷତିପୁରଣ ଦେବାପାଇଁ ସର୍ବସାଧାରଣରେ ଦାବୀ ହେଉଛି।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ