।। ବିକାଶ ଶିଶୁ ସଂଗଠନକୁ ଗ୍ରାମବାସୀ ଙ୍କ ପ୍ରଶଂସା ।।

Sep 10, 2023 - 06:59
Sep 10, 2023 - 19:41
 0  45
।। ବିକାଶ ଶିଶୁ ସଂଗଠନକୁ ଗ୍ରାମବାସୀ ଙ୍କ ପ୍ରଶଂସା ।।

ଥୁଆମୂଳ ରାମପୁର ,ବଡ଼ଛତ୍ରଙ୍ଗ ଗ୍ରା:ପୋ ସ୍ଥିତ ଚମ୍ପାଚୂଆଁ (ନୂଆପଡ଼ା) ର ଶିଶୁମାନେ ସ୍କୁଲ ନ ଯାଇ ନିଜ ନିଜ ଘରର ଗାଈ,ଛେଳି ଚରେଇବା ପାଇଁ ପ୍ରତିଦିନ ଜଙ୍ଗଲ କୁ ଯାଉଥିଲେ ।ଏହି ବିଷୟରେ change agent ଶ୍ରୀମତୀ ଶକୁନ୍ତଳା ମାଝୀ volunteer କ୍ଷିରେନ୍ଦ୍ର ନାଏକ ( two feet ahead togather) ପ୍ରୋଜେକ୍ଟ ଫିଲ୍ଟ ସୁପର ଭାଇଜର ଡମ୍ବରୁଧର ନାଏକ ଙ୍କୁ ଜଣାଇଥିଲେ ।ସୁପର ଭାଇଜର ଉକ୍ତ ସମସ୍ୟା ଟିକୁ ବିକାଶ ଶିଶୁ ସଂଗଠନ( ବଡଛତ୍ରଙ୍ଗ) ର ମାସିକ ବୈଠକରେ ପ୍ରକାଶ କରିଥିଲେ ।ଉକ୍ତ ବୈଠକରେ ଶିଶୁ ସଂଗଠନ ସେହି ଶିଶୁ ମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇବାକୁ ନିଷ୍ପତି ନେଇଥିଲେ ।ବିକାଶ ଶିଶୁ ସଂଗଠନ ,(two feet ahead togather) P.C ସୁଦର୍ଶନ ନାଏକ,ଶକୁନ୍ତଳା ମାଝୀ ଙ୍କ ମିଳିତ ପ୍ରୟାସରେ ୭ ଜଣ ଶିଶୁଙ୍କୁ ଚମ୍ପାଚୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗତ ୮ ତାରିକରେ ନାମ ଲେଖାଇଥିଲେ ।ଶିଶୁ ସହଯୋଗ କରିବା ନିମନ୍ତେ ,ବିକାଶ ଶିଶୁ ସଙ୍ଗଠନର ପ୍ରଧାନ ମନ୍ତ୍ରୀ - ଜିତୁ ନାଏକ ସଂଗଠନର ମନ୍ତ୍ରୀ ମାନଙ୍କୁ ନେଇ ଏକ ଜରୁରୀ ବୈଠକ କରିଥିଲେ ।ସମସ୍ତ ମନ୍ତ୍ରିମଣ୍ଡଳର ନିଷ୍ପତି କ୍ରମେ ପ୍ରଧାନ ମନ୍ତ୍ରୀ ଜିତୁ ନାଏକ, ଶିକ୍ଷାମନ୍ତ୍ରୀ - ଜନନୀ ନାଏକ,ରିବେଶ ମନ୍ତ୍ରୀ - ଚନ୍ଦ୍ରାବତୀ ମାଝୀ ,E.V ଭବାନୀ ରାଉତ ଗତକାଲି ତା ୯-୯-୨୦୨୩ ରିଖ ଚମ୍ପାଚୁଆ(ନୂଆପଡ଼ା) ଯାଇ ଶିଶୁ ସଂଗଠନ ର ସଞ୍ଚିତ ଟଙ୍କାରୁ ଶିଶୁମାନଙ୍କୁ ଖାତା,କଲମ ଦେବା ସହିତ ଶିଶୁ ମାନଙ୍କର ପିତା/ମାତା ଙ୍କୁ ଶିଶୁମାନଙ୍କୁ ବିଦ୍ୟାଳୟକୁ ପ୍ରତିଦିନ ପଠେଇବା ଓ ଶିଶୁ ଅଧିକାର ବିଷୟରେ ଗ୍ରାମବାସୀ ଙ୍କୁ ବୁଝାଇ କହିଥିଲେ । ଶିଶୁ ସଂଗଠନର ଏପରି କାର୍ଯ୍ଯଦେଖି ଗ୍ରାମବାସୀ ବିକାଶ ଶିଶୁ ସଂଗଠନ ଓ କର୍ତ୍ତବ୍ୟ ଅନୁଷ୍ଠାନ କୁ ପ୍ରଶଂସା କରିଛନ୍ତି।

କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ