ବାରିପଦାରେ ଜନ ଆକ୍ରୋଶ ମହିଳା ପଦଯାତ୍ରା
ବାରିପଦା : ନିକଟରେ ସଂସଦରେ ନାରୀ ସଂରକ୍ଷଣ ବିଲ (ନାରୀ ଶକ୍ତି ବନ୍ଦନ ଅଧିନିୟମ -2026) କୁ କଂଗ୍ରେସ, ବିଜେଡି, ଟିଏମସି, ଡିଏମକେ.. ପ୍ରଭୃତି ଇଣ୍ଡି-ମେଣ୍ଟ ଭୁକ୍ତ ଦଳଗୁଡିକ କରିଥିବା ବିରୋଧର ପ୍ରତିବାଦରେ ସୋମବାର ଦିନ ଏଠାରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଆୟୋଜିତ ହୋଇଯାଇଛି। ସ୍ଥାନୀୟ ମଧୁବନ ପଡିଆରୁ ବାହାରି ଛଉ ପଡ଼ିଆ ପର୍ଯ୍ୟନ୍ତ ଯାଇଥିବା ଏହି ଜନ ଆକ୍ରୋଶ ସୂଚକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବହୁସଂଖ୍ୟକ ମହିଳା ଭାଗ ନେଇଥିବା ଲକ୍ଷ୍ୟ କରାଯାଇଛି। ନାରୀ ଶକ୍ତିର ଜୟଗାନ ଓ ମହିଳା ବିଲର ବିରୋଧ କରିଥିବା ରାଜନୀତିକ ଦଳଗୁଡିକର ମୁର୍ଦ୍ଦାବାଦ କରୁଥିବା ଏହି ଶୋଭାଯାତ୍ରାକାରୀମାନେ ହାତରେ ଏହି ମର୍ମରେ ଲିଖିତ ପ୍ଲାକାର୍ଡ ମାନ ଧରିଥିବା ଦେଖାଯାଇଥିଲା। ଶୋଭାବତୀ ଓତା, ସୁଜାତା ମୁର୍ମୁ, ସିପ୍ରା ବାଜପେୟୀ, ବିଧାୟିକା ସଞ୍ଜଳି ମୁର୍ମୁ, ସୁମନ ସିଂ, କୌଶଲ୍ୟା ନାଏକ, ମମତା ମଣ୍ଡଳ, ସରୋଜିନୀ କିସ୍କୁ, ମମତା ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଏହି ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହାର ସଫଳତା ଦୃଷ୍ଟିରୁ ବିଜେପି ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦୀ, ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର, ମୟୂରଭଞ୍ଜ ସାଂସଦ ନବ ଚାରଣ ମାଝୀ, ବିଧାୟକ ଭାସ୍କର ମଢ଼େଇ, ବିଧାୟକ ପ୍ରକାଶ ସୋରେନ, ବିଧାୟକ ସନାତନ ବିଜୁଳି, ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ, ରାଜ୍ୟ ଜନଜାତି ମୋର୍ଚ୍ଚା ସଭାପତି କାନ୍ଦ୍ରା ସୋରେନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ କୁମାର ସାହୁ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ. ବୁଢାନ ମୁର୍ମୁ, ବିଜେପି ଜିଲ୍ଲା ଉପସଭାପତି ପ୍ରଦୀପ ମହାନ୍ତି, ସାଧାରଣ ସମ୍ପାଦକ ପ୍ରବୀଣ ପାତ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ଦେଖା ଯାଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0