ବାରିପଦା କିସ ଶିକ୍ଷାନୁଷ୍ଠାନରେ ବିଜ୍ଞାନମେଳା
ବାରିପଦା ତା 27/12(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ମୟୂରଭଞ୍ଜର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ କିସ ଆବାସିକ ବିଦ୍ୟାଳୟ ଠାରେ ବିଜ୍ଞାନମେଳା ଅନୁଷ୍ଠିତ ହୋଯାଇଅଛି. ଏଥିରେ ଅନୁଷ୍ଠାନର ଦୁଇଶହରୁ ଅଧିକ ପ୍ରକଳ୍ପ ସ୍ଥାନ ପାଇଥିଲା. ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଓ ଆତ୍ମବିଶ୍ବାସ ବୃଦ୍ଧି କରିବାର ଉଦ୍ଧେଶ୍ୟ ନେ଼ଇ ଏହା ଆୟୋଜନ କରାଯାଇଥିଲା ବୋଲି ପ୍ରଧାନ ଶିକ୍ଷକ ଗଣେଶ ମିଶ୍ର କହିଛନ୍ତି. ଏଥି ପାଇଁ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି. ଆଦିବାସୀ ଛାତ୍ରୀ ମାନେ ଅତି ଉତ୍ସାହର ସହିତ ଉକ୍ତ ବିଜ୍ଞାନ ମେଳାରେ ଭାଗ ନେଇଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମେଳା ପରିଚାଳନା ରେ ସହୋଯୋଗ କରିଛନ୍ତି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0