ବାଇକ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

Jan 21, 2026 - 18:32
 0  20
ବାଇକ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ପଡିଆ,୨୧।୧: ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କୁମ୍ବାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ମଙ୍ଗଳବାର ପଡିଆ ଗ୍ରାମର ବୃନ୍ଦାବନ ହନ୍ତାଳଙ୍କପୁଅ ସମୀର ହନ୍ତାଳ (୨୯) ଓ ଦଲ୍ଲୀପଲିମାଙ୍କ ପୁଅ ଦିପକ କୁମାର ଲିମା (୨୮) ଦୁହେଁ ଏକ ବାଇକ ନଂ. ଏପି ୩୧ ସିଏମ ୧୨୨୨ରେ କୌଣସି କାର୍ଯ୍ୟରେ କାଲିମେଳା ଅଭିମୁଖେ ଯାଇଥିଲେ। ଗ୍ରାମକୁ ଫେରୁଥିବା ସମୟରେ କାଲିମେଳା ପଡିଆ ମୁଖ୍ୟରାସ୍ତା ପଡିଆ ନିକଟ କୁମ୍ବାରଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଘଟଣାସ୍ଥଳରେ ପଡି ଯାଇଥିଲୋ। ସ୍ଥାନୀୟଲୋକ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଘଟଣାସ୍ଥଳରେ ଉଭୟଙ୍କ ମତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ଖବରପାଇ ପଡିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିି ଉଭୟଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କାଲିମେଳା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଏ ସମ୍ବନ୍ଧରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଛନ୍ତିା ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପଡିଆ ପୋଲିସ ପକ୍ଷରୁ ସୂଚନା ମିଳିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ