ବରୀ ମାଟିର ଗୌରବ ଆଣିଲେ ଅଭିଷେକ

Nov 20, 2024 - 18:54
 0  179
ବରୀ ମାଟିର ଗୌରବ ଆଣିଲେ ଅଭିଷେକ

ବରୀ,ପିଲାଟି ବେଳୁ ସ୍ଵପ୍ନ ଦେଖି ଥିଲେ ବଡ ହେଲେ ଆକାଶ ରେ ଉଡିବି ନିଜ ଗାଁ ମାଟିର ଟେକ ରଖିବି,ସେ ସ୍ଵପ୍ନ ଆଜି ସତ୍ୟ ହୋଇଯାଇଛି। ଆକାଶ ରେ ଉଡିବା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ରେ ନିଯୁକ୍ତି ମିଳିଛି। ସେ ହେଉଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଅରଙ୍ଗାବାଦ ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରଫୁଲ୍ଲ କୁମାର ପଣ୍ଡା ଙ୍କ ନାତି ଅଭିଷେକ ପଣ୍ଡା। ପିଲାଟି ବେଳୁ ନିଜ ପିତା ଅବସରପ୍ରାପ୍ତ ସେନା ଅଧିକାରୀ ଜିତେନ୍ଦ୍ର କୁମାର ପଣ୍ଡା ମା ସାଗରିକା ପଣ୍ଡାଙ୍କ କର୍ମ କ୍ଷେତ୍ର ହାଇଦ୍ରାବାଦ ରେ ରହି ପାଠ ପଢୁଥିଲେ ଅଭିଷେକ।ଆର୍ମି ପବ୍ଲିକ ସ୍କୁଲ ରେ +2 ପାସ କରି ଆର୍ମି ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ପୁନେ ରୁ ସ୍ନାତକ ଡିଗ୍ରି ଟେକ୍ନୋଲୋଜି ରେ ହାସଲ କରିଥିଲେ।ପରେ କାନପୁର ରେ ଫ୍ଲାଇଙ୍ଗ ଟ୍ରେନିଙ୍ଗ ସ୍କୁଲ ରୁ ଦୁଇ ବର୍ଷ ଟ୍ରେନିଙ୍ଗ ପାସ କରି ଏବେ ଇଣ୍ଡିଗୋ ଏୟାରଲାଇନ୍ସ ରେ ପାଇଲଟ ଭାବେ ନିଯୁକ୍ତି ପାଇଥିବା ପରିବାର ପକ୍ଷରୁ ଜେଜେ ପ୍ରଫୁଲ୍ଲ କୁମାର ପଣ୍ଡା କହିଛନ୍ତି । ଏନେଇ ପରିବାର ସମେତ ସମଗ୍ର୍ ଅଞ୍ଚଳ ରେ ଖୁସିର ଲହରି ଖେଳିଯାଇଛି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 3
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ