ବଡ଼ ଡାକ୍ତର ଖାନା ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ବିରଳ ଅପରେସନ , କାଟି ଦିଆଯାଇଥିବା ଲିଙ୍ଗର ନବୀକରଣ

Jan 16, 2026 - 21:00
 0  15
ବଡ଼ ଡାକ୍ତର ଖାନା ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ବିରଳ ଅପରେସନ , କାଟି ଦିଆଯାଇଥିବା ଲିଙ୍ଗର ନବୀକରଣ

ବ୍ରହ୍ମପୁର ୧୬/୦୧ ବ୍ରହ୍ମପୁର ବଡ ଡାକ୍ତର ଖାନା ରେ ବୁଗୁଡ଼ା ଗ୍ରାମର ଜଣେ ସୁରତ୍ ଫେରନ୍ତା ଙ୍କ ବିରଳ ଅପରେସନ କରାଯାଇଛି ।ତାର ଲିଙ୍ଗ କିଏ କାଟି ଦେଇଥିଲା ।ସେ ବଡ ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗ ସହ ଯୋଗାଯୋଗ କରିବା ପରେ ତାର ଲିଙ୍ଗ ର ସଫଳ ଅପରେସନ କରାଯାଇଛି । ବିଭାଗୀୟ ମୁଖ୍ୟ ତଥା ସହକାରୀ ପ୍ରଫେସର ପୃଥିବୀରାଜ ସିଂ ଙ୍କ ତତ୍ତ୍ଵାବଧାନରେ ଏହି ଅପରେସନ କରାଯାଇଥିଲା । ଅପରେସନ ରେ ଅନୁରୂପ ସହଯୋଗ କରିଥିଲେ ସହକାରୀ ପ୍ରଫେସର ତନ୍ମୟ ମହାପାତ୍ର, ଡ଼ା ଲିପ୍ସା ସ୍ୱାଇଁ, ଡ଼ା ପ୍ରେମ୍ ପ୍ରକାଶ, ଡ଼ା ଜ୍ୟୋତିଷୀ, ଡ଼ା ଭାନୁ, ନିଶା ଡ଼ାକ୍ତର୍ ସଞ୍ଜୀବ ପାତ୍ର, ଡ଼ା ନିବେଦିତା ସାହୁ, ଡ଼ା ବିପିନ୍ ବିହାରୀ ମଲ୍ଲିକ ଙ୍କ ସମେତ ବୋହୁ ସେବିକା ଏଵଂ ପାରା ମେଡିକାଲ୍ ଷ୍ଟାଫ ସହଯୋଗ କରିଥିଲେ । ଏହି ଅପରେସନ ସକାଳ ୧୦ ଟା ରୁ ଆରମ୍ଭ ହୋଇ ରାତି ୮ଟା ଯାଏଁ ଚାଲିଥିଲା। ତାଙ୍କ ଘର୍ ବୁଗୁଡ଼ା କୁଷପଲ୍ଲୀ ଓ ନାମ ସନ୍ୟାସୀ ଗୌଡ଼ ବୋଲି ମେଡିକାଲ ସୂତ୍ରରୁ ପ୍ରକାଶ । ବର୍ତମାନ ରୋଗୀ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି ।ସୂଚନା ଯୋଗ୍ୟ ପ୍ଲାଷ୍ଟିକ ସର୍ଜରୀ ବିଭାଗ ରେ ପୂର୍ବରୁ ବହୁ ଅପରେସନ କରାଯାଇଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ