ପ୍ରାକ୍ ଗର୍ଭଧାରଣ ଓ ପ୍ରସବ ପୂର୍ବ ନିଦାନ ଆଇନ ସଚେତନତା ପରାମର୍ଶଦାତା କମିଟି ବୈଠକ:ଅଲ୍ଟ୍ରାସାଉଣ୍ଡ ଚଢ଼ଉ ବ୍ୟାପକ ହେବ ସଚେତନତା ଅଭିଯାନ କରାଯିବ

Sep 26, 2025 - 18:47
 0  28
ପ୍ରାକ୍ ଗର୍ଭଧାରଣ ଓ ପ୍ରସବ ପୂର୍ବ ନିଦାନ ଆଇନ ସଚେତନତା ପରାମର୍ଶଦାତା କମିଟି ବୈଠକ:ଅଲ୍ଟ୍ରାସାଉଣ୍ଡ ଚଢ଼ଉ ବ୍ୟାପକ ହେବ ସଚେତନତା ଅଭିଯାନ କରାଯିବ

ମାଲକାନଗିରି,୨୬/୯/୨୫:- ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ଏହି ବୈଠକରେ ଜିଲ୍ଲାରେ ଥିବା ସମସ୍ତ ଅଲ୍ଟ୍ରାସାଉଣ୍ଡ ଗୁଡିକୁ ନିୟମିତ ଯାଞ୍ଚ ସହ ଅନ୍ୟ ବେଆଇନ କ୍ଲିନିକ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା । ଜିଲ୍ଲାରେ ଲିଙ୍ଗ ନିରୂପଣ ଜନିତ ବେଆଇନ କାର୍ଯ୍ୟକୁ ରୋକିବା ନେଇ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

ଲିଙ୍ଗ ନିରୂପଣକୁ ରୋକାଯାଇ ପାରିଲେ ଉଭୟ ପୁରୁଷ ଓ ନାରୀ ସଂଖ୍ୟା ସମାନୁପାତ ବଜାୟ ରହିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ।କନ୍ୟା ଭୃଣ ହତ୍ୟାକୁ ରୋକିବା ଘେନି ପରାମର୍ଶଦାତା କମିଟି ଦ୍ଵାରା କାର୍ଯ୍ୟକାରୀ ହେଉଥ‌ିବା ପ୍ରକ୍ରିୟାକୁ ବ୍ୟାପକ କରିବା ସହିତ ଭୃଣ ହତ୍ୟା କରୁଥିବା ସଂସ୍ଥା ପ୍ରତି ନଜର ରଖିବା ଏବଂ ଚଢଉ କାର୍ଯ୍ୟକୁ ବ୍ୟାପକ କରାଯିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ପ୍ରାକ୍ ଗର୍ଭଧାରଣ ଓ ପ୍ରସବ ପୂର୍ବ ନିଦାନ ଆଇନ ଜିଲ୍ଲା ପରାମର୍ଶଦାତା କମିଟି ରେ ଜିଲ୍ଲାରେ ଥିବା ଅଲ୍ଟ୍ରାସାଉଣ୍ଡ ସେଣ୍ଟର କୁ ଯାଞ୍ଚ କରାଯିବା ପାଇଁ କୁହାଯାଇଛି । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଡୋଳାମଣି ପ୍ରଧାନ, ଡ଼ା ଚୌଧୁରି ନିହାର ରଞ୍ଜନ ପ୍ରହରାଜ, ଡ଼ା ବ୍ରଜବନ୍ଧୁ ଦାସ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଶ୍ମି ରଞ୍ଜନ ସେନାପତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଡିଏମଆରସିଏଚ୍ ସୂର୍ଯ୍ୟ ପ୍ରତାପ ମହମାନସିଙ୍ଗ,ସମାଜସେବୀ ଜୟନ୍ତୀ ବୁରୁଦା ଓ ଏଡିପିଏଚସିଓ ଶ୍ୟାମ ସୁନ୍ଦର ମାଝୀ ଯୋଗ ଦେଇଥିଲେ । ସହକାରୀ ମ୍ୟାନେଜର ସୂର୍ଯ୍ୟ ମହାପାତ୍ର ବୈଠକ ଉପସ୍ଥାପନ କରିବା ସହ ପରିଚାଳନା କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ