ପ୍ରରକୋଡ଼ ଗ୍ରାମ ପଞ୍ଚାୟତ ନୂତନ ବ୍ଲକ ଦାବିରେ ରାଜସ୍ବ ମନ୍ତ୍ରୀଙ୍କୁ ଦାବିପତ୍ର

ନୂଆପଡ଼ା : ନୂଆପଢ଼ା ଜିଲ୍ଲାର ବୃହତମ ଗ୍ରାମ ପଞ୍ଚାୟତ ପରକୋଡ଼ କୁ ବ୍ଲକ ମାନ୍ୟତା ଦେବା ପାଇଁ ଦାବି କରି ଆଜି ଏକ ପ୍ରତିନିଧି ମଣ୍ଡଳ ନୂଆପଡା ଜ଼ିଲ୍ଲା ଗସ୍ତରେ ଆସିଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଏକ ଦାବିପତ୍ର ଜଣାଇଛନ୍ତି l ଏହି ଦାବୀପତ୍ରରେ ଉଲ୍ଲେଖ ଅଛି ଯେ ପରକୋଡ଼ ଗ୍ରାମକୁ ନୁତନ ପଞ୍ଚଯାତ ସମିତି ଗଠନ କରାଗଲେ ଅନେକ ସୁବିଧା ପାଇପାରିବେ ଯଥା : ସରକାରଙ୍କ ନିଜ ଖାତାରେ ସରକାରୀ ଜମି 26 ଏକର ରହିଥିବାବେଳେ ଜ଼ିଲ୍ଲା ସଦର ମହକୂମାକୁ ଗମନାଗମନ ପାଇଁ ଉପଯୁକ୍ତ ସୁବିଧା ଅଛି l ଏହି ଗ୍ରାମ ପଞ୍ଚାୟତ ନିକଟସ୍ଥ ବୋଲଦା ଛକ ଠାରେ 2ଗୋଟି ପେଟ୍ରୋଲ ପମ୍ପ ଅଛି l ସିମେଣ୍ଟ, ଲୋହା ଦୋକାନ, କପଡା ଦୋକାନ, ଥୋକ କିରାନା ଦୋକାନ, ଲୋକଙ୍କ ଖାଇବା ପିଇବା ପାଇଁ ହୋଟେଲ ର ବ୍ୟବସ୍ଥା ଅଛି l ପରକୋଡ଼ ଗ୍ରାମ ପଞ୍ଚାୟତ ପାଖା ପାଖି 6 ଗୋଟି ରାଇସ ମିଲ, ଆର ଆଇ ଅଫିସ, ଉଚ୍ଚ ବିଦ୍ୟାଳୟ, ମୋଟର ସାଇକଲ ସୋ ରୁମ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକସ ଦୋକାନ, ପିଏ ସି ଏସ ସୋସାଇଟି ପରକୋଡ଼ ପଞ୍ଚାୟତରେ ଉପରଲିଖିତ ସୁବିଧା ଲିକେ ପାଉଛନ୍ତି l ପରକୋଡ଼ ଗ୍ରାମକୁ ପଞ୍ଚାୟତ ସମିତି ଗଠନ କରାଗଲେ ନିମ୍ନ ଲିଖିତ ପଞ୍ଚାୟତ ଗୁଡିକ ଯଥା : ଭଇଂସାତାଲ, ବୁଢ଼ୀପାଲି, ଵିରୋମାଳ, ବିସୋରା, କୁଲିଆବନ୍ଧl, କୋଦୋମେରୀ, ଭାନପୁର, କୋଦୋମେରୀ, ବେଲଟୁକୁରି, ଭାଲେଶ୍ୱର, ବୋଇରଭାଡି, ଜlମପାଣି, ଗ୍ରାମପଞ୍ଚାୟତକୁ ସୁବିଧା ସୁଯୋଗ ପାଇପାରିବେବୋଲି ଏହି ଦାବି ପତ୍ରରେ ଉଲ୍ଲେଖ ଅଛି l ଏହି ଦାବିପତ୍ର ଦେବା ସମୟରେ ପରକୋଡ଼ ଗ୍ରାମବାସୀ ଉପସ୍ଥିତ ଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






