ପୁଲୱାମା କଳା ଦିବସ ଅବସରରେ ଆମେ ସେହି ବୀର ଶହୀଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି
ଆଜି ପୁଲୱାମା କଳା ଦିବସ ଅବସରରେ ଆମେ ସେହି ବୀର ଶହୀଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁଁ, ଯେଉଁମାନେ ଦେଶର ସୁରକ୍ଷା ପାଇଁ ନିଜ ଜୀବନ ବଳିଦାନ କରିଥିଲେ।ତାଙ୍କର ଅତୁଳନୀୟ ସାହସ, ଦେଶପ୍ରେମ ଓ ବଳିଦାନ ସଦା ସର୍ବଦା ଆମ ହୃଦୟରେ ଅମର ରହିବ। ଏହି ଦୁଃଖଦ ଦିନରେ ଆମେ ଶହୀଦ ପରିବାରଙ୍କ ସହ ଏକତା ପ୍ରକାଶ କରୁଛୁଁ ଏବଂ ଭଗବାନଙ୍କ ନିକଟରେ ତାଙ୍କ ଆତ୍ମାର ଶାନ୍ତି କାମନା କରୁଛୁଁ।ଶହୀଦମାନଙ୍କ ବଳିଦାନ କେବେ ଭୁଲାଯିବ ନାହିଁ,ବୀର ଶହୀଦମାନେ ସଦାସର୍ବଦା ଅମର ରହିବେ | ଏଣୁ ଏହି କଳା ଦିବସ ଅବସରରେ ଭଞ୍ଜସେନା ଜିଲ୍ଲା ସଂଯୋଜକ ସାମନ୍ତ ଶେଖର ପାଲ ଙ୍କର ନେତୃତ୍ଵରେ ଆଜି ସନ୍ଧ୍ୟାରେ ବାରିପଦା କଲେଜ ସମ୍ମୁଖରେ ସଂଗଠନ ର ଯୁବ ଛାତ୍ର ସଂଗଠକ ଙ୍କ ସହିତ ବହୁ କଲେଜ ଛାତ୍ର ଛାତ୍ରୀ ମାନେ କ୍ୟାଣ୍ଡେଲ ଜାଳି ବୀର ସହିଦ୍ ମାନଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା |ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପିଣ୍ଟୁ ମାଇତି, ଆବାହକ ରାକେଶ ବେହେରା, ଦେବାଶିଷ ଦାସ, ଦିବ୍ୟଜିତ ରାଉତ, ମିଲନ ମହାନ୍ତି, ବାପୁନ ସେନାପତି, ଶ୍ଵେତ ଦାସ, ସଞ୍ଜୟ ବେହେରା ପ୍ରମୁଖ ସାମିଲ ହୋଇଥିଲେ ବୋଲି ଜିଲ୍ଲା ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0