।। ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର: 15ତାରିଖରୁ ୭ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ ।।

May 14, 2023 - 19:35
 0  782
।। ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର: 15ତାରିଖରୁ  ୭ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ ।।

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ପୁଣି ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଲା ଲାଲ୍ ବାହିନୀ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ନମ୍ବର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ଲାଲ୍ ବ୍ୟାନର ଓ ପୋଷ୍ଟର ମାଓ ସଂଗଠନ ପକ୍ଷରୁ ଜାରୀ କରାଯାଇଥିବା ବେଳେ କୋଟଗଡ଼ ଥାନା ବଣ୍ଡାପିପିଲି ରାଜ୍ୟ ରାଜପଥ କଡ଼ରେ ମଧ୍ୟ ମାଓ ସଙ୍ଗଠନର ପୋଷ୍ଟର ବ୍ୟାନର ଦେଖିବାକୁ ମିଳିଛି । ୫୯ନଂ ଜାତୀୟ ରାଜପଥର ସିମନବାଡ଼ି ଟୋଲଗେଟ ନିକଟ ଓ ବୁଡ଼ାଗୁଡ଼ା ଛକ ଏବଂ ବଣ୍ଡାପିପିଲି ଗାଁ ରାସ୍ତା କଡ଼ରେ ୧୨ଦଫା ଦାବି ନେଇ ମେ୧୫ ତାରିଖରେ ୭ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ । ୭ଜିଲ୍ଲା ମଧ୍ୟରେ କନ୍ଧମାଳ,ଗଜପତି,ଗଞ୍ଜାମ, ରାୟଗଡ଼ା,ବୌଦ୍ଧ,କଳାହାଣ୍ଡି ଓ ନୟାଗଡ଼ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଙ୍ଗଠନ । ଦୁଇଦିନ ତଳେ ଫିରିଙ୍ଗିଆ ଥାନା ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀ ମାନେ ଘରୁ ଡାକିନେଇ ଗୁଳିକରି ହତ୍ୟା କରିଥିଲେ । ଶନିବାର ରାଜ୍ୟ ପୋଲିସ ମହା ନିର୍ଦେଶକ ସୁନୀଲ ବଂଶଲଙ୍କ ସହିତ ଗୁଇନ୍ଦା ବିଭାଗ ନିର୍ଦେଶକ ସଂଜୀବ ପଣ୍ଡା, ଆଇଜି ଅପେରସନ ଅମିତାଭ ଠାକୁର,ଦକ୍ଷିଣାଞ୍ଚଳ ଆଇଜି ଭୋଇ, ସିଆରପିଏଫ କମାଣ୍ଡେଣ୍ଟ ସଂଜୀବ କୁମାର, ବିଏସଏଫ ଆଇଜି ଦୀନେଶ କୁମାର ଶର୍ମାଙ୍କ ଭଳି ରାଜ୍ୟର ୫ବରିଷ୍ଠ ପୋଲିସ ଅଧିକାରୀ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ ସିଆରପିଏଫ ଓ ବିଏସଏଫ କ୍ୟାମ୍ପ ବୁଲିବା ସହ ମାଓବାଦୀଙ୍କ ଗତିବିଧିର ସମୀକ୍ଷା କରି ଫେରିଥିବା ବେଳେ ରବିବାର ଦାରିଙ୍ଗବାଡ଼ି ଓ କୋଟଗଡ ଥାନା ଅଞ୍ଚଳରେ ବ୍ୟାନର୍ ପୋଷ୍ଟର ଜାରୀ କରି ନିଜର ଉପସ୍ଥିତି ଜାହିର କରିବା ସହ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଅନ୍ୟପକ୍ଷରେ କିଛି ବର୍ଷ ହେବ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଜଣାପଡ଼ୁନଥିବା ବେଳେ ବର୍ତ୍ତମାନ ପୁଣି ଥରେ ଅଞ୍ଚଳରେ ମାଓବାଦୀଙ୍କ ବ୍ୟାନର ପୋଷ୍ଟର ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

କନ୍ଧମାଳ ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 1
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ