ପିସିପିଏନଡ଼ିଟି ଆକ୍ଟ ସମ୍ପର୍କିତ ଜିଲ୍ଲା ସ୍ତରୀୟ ବୈଠକ

Jan 7, 2026 - 19:10
 0  2
ପିସିପିଏନଡ଼ିଟି ଆକ୍ଟ ସମ୍ପର୍କିତ ଜିଲ୍ଲା ସ୍ତରୀୟ   ବୈଠକ

ବାରିପଦା ତା 7/1(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ପିସିପିଏନଡ଼ିଟି ଆକ୍ଟର ଉପଯୁକ୍ତ କାର୍ଯ୍ୟକାରିତା ଉପରେ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି. ଲିଙ୍ଗ ନିରୂପଣକୁ କିଭଳି କଡାକଡି ଭାବରେ ରୋକାଯାଇପାରିବ ସେଥିପାଇଁ ଗୁରୁତର ସହ ଧ୍ୟାନ ଦେବାକୁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗର ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି. ବୈଠକରେ କାର୍ଯ୍ୟକ୍ଷମ ଥିବା ପଞ୍ଜିକୃତ ଅଲ୍ଟ୍ରାସାଉଣ୍ଡ କ୍ଲିନିକ ଗୁଡିକର ସମୀକ୍ଷା କରାଯାଇଥିଲା. ବୈଠକରେ ନୂତନ କ୍ଲିନିକ ପଞ୍ଜୀକରଣ ଓ ନବୀକରଣ ପାଇଁ ଆବେଦନ ହୋଇଥିବା ଦରଖାସ୍ତ ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା. ଲିଙ୍ଗ ନିରୂପଣକୁ ରୋକିବା ଦିଗରେ କ୍ଲିନିକ ଗୁଡିକରେ ଅଚାନକ ତନଖି କାର୍ଯ୍ୟ ନିୟମିତ ଭାବରେ ଜାରି ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେବା ସହ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା କୌଣସି ମେଡ଼ିସିନ ଦୋକାନରେ ଯେମିତି ଗର୍ଭପାତ ଔଷଧ ବିକ୍ରି ନହୁଏ ସେଥିପ୍ରତି କଡା ନଜର ରଖିବା ସହ ସନ୍ତାନ ପ୍ରସବ ଜନିତ ମାତୃ ମୃତ୍ୟୁ ହାରକୁ କମାଇବା ଦିଗରେ ନିୟମିତ ଭାବେ ଗର୍ଭବତୀ ମହିଳା ମାନଙ୍କ ସବୁ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ପ୍ରତି ଯତ୍ନବାନ ହେବାପାଇଁ ପରାମର୍ଶ ଦେଇଛନ୍ତି. ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କିଶୋର କୁମାର ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ବିଜୟ କୁମାର ଦାଶ ବିବରଣୀ ଉପସ୍ଥାପନ କରିଥିଲେ. ବୈଠକରେ ପିପି ହିମାଂଶୁ ପାଣିଗ୍ରାହୀ, ଡା. ପ୍ରଣବ ଶଙ୍କର ଦାସ, ଡା. ସୁଯୋଗ ନାୟକ, ଡା. ହରିଶ୍ଚନ୍ଦ୍ର ସାହୁ, ଡିପିଏମ ଅନିଲ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଏସଡିଆଇପିଆରଓ ଶିଶିର କୁମାର ମୁଣ୍ଡୁୟାଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ, ଲିଗାଲ ମ୍ୟାନେଜର ପ୍ରବୋଧ ସୁନ୍ଦରରାୟ ଧନ୍ୟବାଦ ଅର୍ପଣ କରିଥିଲେ.

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ