।। ପାରମ୍ପରିକ ଭୋଗୀ, ସଂକ୍ରାନ୍ତି ଏବଂ ପଙ୍ଗଲ ପର୍ବର ଆରମ୍ଭ ।।

Jan 15, 2024 - 19:29
 0  9
।। ପାରମ୍ପରିକ  ଭୋଗୀ, ସଂକ୍ରାନ୍ତି ଏବଂ ପଙ୍ଗଲ ପର୍ବର ଆରମ୍ଭ  ।।

ରାୟଗଡା ଜିଲ୍ଲା ବୁଦ୍ରା ବାଲଷା ସାହିରେ ଅତି ଆଡମ୍ବର ସହିତ ଧୂମଧାମରେ ପାଳନ କରିଥିଲେ ଏହି ପର୍ବ, ତାଙ୍କ ପିତୃପୁରୁଷରୁ ପାଳନ କରିଆସୁଥିବାରୁ ବର୍ତମାନ ପିଢ଼ିରେ ମଧ୍ୟ ଏହି ପର୍ବ ପାରମ୍ପରିକ ଅନୁସାରେ ପାଳନ କରିଛନ୍ତି,, ଏହି ପର୍ବ ହେଉଛି ତେଲୁଗୁ ସାମ୍ପ୍ରଦାୟର ନିଆରା ପର୍ବ, ଏହି ପର୍ବରେ ମୁଖ୍ୟତ ବଡ ବଡ କାଠ ସଂଯଗ କରି ନିଆଁ ଲଗାଇ ତା ଚାରିପାଖ ନାଚି ନାଚି ବୁଲିଥାନ୍ତି , ଏହି ପବିତ୍ର ପର୍ବ ମକର ସଂକ୍ରାନ୍ତି କୁ ପଙ୍ଗଲ ବା ଭୋଗୀ ଭାବେ ପାଳନ କରିଥାନ୍ତି, ଏହି ପର୍ବ ତିନିଦିନ ଧରି ପାଳନ କରାଯାଇଥାଏ,, ପ୍ରଥମ ଦିନରେ ଭୋଗୀ ଦ୍ଵିତୀୟ ଦିନରେ ମକର ସଂକ୍ରାନ୍ତି ଏବଂ ଶେଷ ଦିନକୁ ପଙ୍ଗଲ ଭାବେ ପାଳନ କରିଥାନ୍ତି, ଏହି ପଙ୍ଗଲ ଉତ୍ସବରେ ନିଜ ନିଜ ଘରକୁ ରଙ୍ଗ ବେରଙ୍ଗ ସହିତ ଆଲୋକ ମାଳାରେ ସଜାଇଥାନ୍ତି, ସମସ୍ତ ଘରକୁ ବନ୍ଧୁ ବାନ୍ଧବ ଆସିଥାନ୍ତି ଏବଂ ସମସ୍ତଙ୍କ ପାଇଁ ନୂଆ ପୋଷାକ କରାଯାଇଥାଏ, ସେହି ପ୍ରକାର ମା ମଝିଗୌରୀ pick -up ଆଶ୍ସୋସିଏସନରେ ଡ୍ରାଇଭର ସଙ୍ଘ ମଧ୍ୟ ଏହି ପର୍ବ ପାଳନ କରିବା ଦେଖିବାକୁ ମିଳିଥିଲା, ।

କ୍ୟାମେରା ମେନ ରବି ଗୌଡ଼ଙ୍କ ସହ ରାୟଗଡ଼ରୁ ଜଗନ୍ନାଥ ଖୋସଳାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ