।। ପାଣ୍ଡିଆନଙ୍କ ଗସ୍ତଙ୍କୁ ଲୋଇସିଂହା ବିଜେପିର ବିରୋଧ ।।

Aug 7, 2023 - 19:23
 0  54
।। ପାଣ୍ଡିଆନଙ୍କ ଗସ୍ତଙ୍କୁ ଲୋଇସିଂହା ବିଜେପିର ବିରୋଧ ।।

ବଲାଙ୍ଗୀର ଜିଲ୍ଲା:(କୋରାପୁଟ ପ୍ରଥମ ଖବର ) ଫାଇଭ ଟି ସଚିବ ଭି. କେ ପାଣ୍ଡିଆନଙ୍କୁ ଲୋଇସିଂହା ଠାରେ ବିଜେପିର ପ୍ରବଳ ବିରୋଧ | ଆଜି ଲୋଇସିଂହା କଲେଜ ପଡିଆରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ରହିଛି |

ଏହାକୁ ବିରୋଧ କରି ଲୋଇସିଂହା ବିଜେପି ଦ୍ୱାରା ବ୍ଲକ ଛକ ଠାରେ ପ୍ରତିବାଦ ସଭା କରାଯାଇଛି | ବିଜେପି କର୍ମୀ ମାନେ କଳାଡ୍ରେସ ପିନ୍ଧି ଆନ୍ଦୋଳନରେ ବସିଛନ୍ତି |

ମୁଖ୍ୟ ମନ୍ତ୍ରୀ ଗଲେ କୁଆଡେ? ମୁଖ୍ୟ ମନ୍ତ୍ରୀ ଗୃହବନ୍ଦୀ, ଓଡ଼ିଶାର ସବୁ ମନ୍ତ୍ରୀ ଫାଇଭ ଟି ର ଗୋଡ଼ତଲେ, ଲେଖା ଥିବା ପୋଷ୍ଟର ବ୍ୟାନର ଧରି ସ୍ଲୋଗାନ ନାରାବାଜି ନେଇ ଆନ୍ଦୋଳନ କରୁଛନ୍ତି ବିଜେପି ନେତା |

ଓଡ଼ିଶା ମନ୍ତ୍ରୀ ଙ୍କ ପଛରେ ସଚିବ ବୁଲନ୍ତି , ଦିଖ ତୁମ ମନ୍ତ୍ରୀ ପଣିଆ ଓଡ଼ିଶା ର ସମସ୍ତ ମନ୍ତ୍ରୀ ସଚିବ ଙ୍କ ଗୁଲାମ,ଫାଇଭ ଟି ସଚିବ ବିଜେଡିର ପ୍ରଚାର କରି ଗଣତନ୍ତ୍ରକୁ ହତ୍ୟା କରିଥିବା ଅଭିଯୋଗ କରିଛି ବିଜେପି |

ବଲାଙ୍ଗୀର ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ