।। ପାଟଣା ବିଜେପି ବିଧାୟକ ପ୍ରାର୍ଥୀ ଅଖିଳ ନାଏକଙ୍କ ମାରାଥନ ପ୍ରଚାର ।।
ପାଟଣା ନିର୍ବାଚନ ମଣ୍ଡଳୀର ରାଜନଗର ପଞ୍ଚାୟତରୁ ଏକ ବାଇକ ରାଲିରେ ମରୁସୁଆଁ ପଞ୍ଚାୟତ ଦେଇ କେନ୍ଦେଇପଶି ପଞ୍ଚାୟତରେ ପହଞ୍ଚିବା ପରେ ଅପେକ୍ଷା ରଥ ଥିବା ତାଙ୍କ ସମର୍ଥନ ମାନେ ପୁଷ୍ପମାଲ୍ୟ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କେନ୍ଦେଇପଶି ମଣ୍ଡଳର ଯୁବ ମୋର୍ଚ୍ଚା ଓ କର୍ମୀ ମାନଙ୍କ ସହିତ ପଞ୍ଚାୟତାର ବିଭିନ୍ନ ଗ୍ରାମକୁ ଯାଇ ପ୍ରଚାର ଜୋରଦାର କରିଥିଲେ ପରେ ଆଦର୍ଶ ଗ୍ରାମ ସିଲିଦାରେ ପହଞ୍ଚିବା ପରେ ଗ୍ରାମର ମହିଳାମାନେ ଗ୍ରାମ ମୁଣ୍ଡରେ ବିଧାୟକ ପ୍ରାର୍ଥୀଙ୍କୁ ବନ୍ଦାପନା କରି ଗ୍ରାମକୁ ପାଛଡି ନେଇଥିଲେ। ଗ୍ରାମରେ ଥିବା ବୃଦ୍ଧ ବୃଦ୍ଧାଙ୍କୁ ଭେଟି ଗଡ଼ ଧରି ପ୍ରମାଣ କରି ଭୋଟ୍ ଭିକ୍ଷା କରିଥିଲେ ଶ୍ରୀ ନାଏକ। ପଞ୍ଚାୟତର ପ୍ରତେକ ଗାଁରେ ବିଫୁଳ ମାତ୍ରାରେ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପଞ୍ଚାୟତାର ସ୍ତରୀୟ ମାରାଥନ ପ୍ରଚାର, ବାଇକ ରାଲି କରିଛନ୍ତି।ହଜାର ହଜାର ଯୁବ ବିଜେପି କର୍ମ କର୍ତ୍ତା ଏହି ବାଇକ ରାଲି ସଭାଯାତ୍ରାରେ ସାମିଲ ହୋଇ ଜୟ ନରେନ୍ଦ୍ର ମୋଦି, ମୋଦି ଗ୍ୟାରେଣ୍ଟି ଡବଲ ଇଞ୍ଜିନ ସରକାର ଜିନ୍ଦାବାଦ ବିଜେପି ଅଖିଳ ନାଏକ, ଜୟ ଅନନ୍ତ ନାଏକ ନାରା ପକାଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ସମସ୍ତ ବିକାଶ ମୂଳକ କାର୍ଯ୍ୟ ବିଷୟରେ ପ୍ରତେକ ପଞ୍ଚାୟରେ ଲୋକଙ୍କୁ ଜଣାଇଛନ୍ତି ବିଧାୟକ ପ୍ରାର୍ଥୀ ଅଖିଳ ନାଏକ। ଏହି ପରିପେକ୍ଷିରେ ରାଲି ମାଧ୍ୟମରେ ପ୍ରତି ସାହିକୁ ସାହି ବୁଲି ଭୋଟରଙ୍କୁ ସାକ୍ଷାତ କରି ମତଦାନ ଲଢ଼ିଛନ୍ତି ।
କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0