।। ପାଞ୍ଚ ଦଫା ଦାବି ନେଇ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଦେଲେ ଦାବି ପତ୍ର ।।

ଥୁଆମୂଳ ରାମପୁର ବ୍ଲକ ର ପାଞ୍ଚ ଦଫା ଦାବି ନେଇ ଡୁମେରପଦର ମଣ୍ଡଳର ଯୁବ ସଭାପତି ଚନ୍ଦନ ନାଏକ ଏବଂ ମହୁଲ ପାଟଣା ପଞ୍ଚାୟତ ସଭାପତି ତରୁଣ ନାଏକ ସହ କର୍ମକର୍ତା ଦାବିପତ୍ର ଦେଇ ସାକ୍ଷାତ କରିଥିବା ଜଣାପଡିଛି l 1.ଶିକ୍ଷା ପାଇଁ ମହୁଲ ପାଟଣା ରେ ସରକାରୀ (+3)ଡିଗ୍ରୀ କଲେଜ କରାଯାଉ ଏବଂ ଦୂର ଦୁରାନ୍ତ ରୁ ପାଠ ପଡ଼ିବାକୁ ଯାଉ ଥିବା ଯୁକ୍ତ ଦୁଇ( +2)ଛାତ୍ର ଛତ୍ରୀ ମାନଙ୍କ ରହିବା ପାଇଁ ହଷ୍ଟେଲ କରାଯାଉ 2.ମାଇନ୍ସ କମ୍ପାନୀ ରୁ ବେକାରୀ ଯୁବକ ଯୁବତୀ ମାନଙ୍କୁ ଉଚିତ ତାଲିମ ଏବଂ ତାଙ୍କୁ ସ୍ଥାୟୀ ନିଯୁକ୍ତି ଦିଆ ଯାଉ 3..ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ମହୁଲ ପାଟଣା ଓ ଅଡ୍ରି ପଞ୍ଚାୟତ ରେ ଡାକ୍ତର ଖାନା କରାଯାଉ 4..ମୂଖିଗୁଡା ପାୱାର ହାଉସ ଠାରୁ କୁମୁଡା ସିଲ ପର୍ଯ୍ୟନ୍ତ ରାସ୍ତା ଉର୍ନତି କରଣ ଏବଂ ପାରିପାର୍ଶ୍ଵିକ ସୌନ୍ଦର୍ଯ୍ୟ କରଣ କରାଯାଉ 5.. ଇନ୍ଦ୍ରାବତୀ ଜଳ ଭଣ୍ଡାର ଯୋଗୁଁ 57ରାଜସ୍ବ ଗ୍ରାମ ର ସମସ୍ତ କ୍ଷତି ଆଉ କିଛି ଦିଆ ଯାଉ ଏପରି ବିଭିନ୍ନ ସମସ୍ୟା ଅଛି l ଅନ୍ୟ ପକ୍ଷ ରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ମତି. ପ୍ରଭାତୀ ପରିଡା ଏହାର ସମାଧାନ ତୁରନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ଆଗକୁ ଦେଖିବା କଣ ହେଉଛି ତାହା ସମୟ କୁ ଅପେକ୍ଷା l
କଳାହାଣ୍ଡି ଜିଲ୍ଲା (ମକୁନ୍ଦ ନାଏକ )
What's Your Reaction?






