ପାଚେରୀ ଡେଇଁ ଘରେ ପଶିବାକୁ ଉଦ୍ୟମ କରୁଥିବା ୪ ଜଣ କୋର୍ଟ ଚାଲାଣ
ଶୁଳିଆପଦା,୧୭/୧(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା):ରାତିରେ ପାଚେରୀ ଡେଇଁ ଘରେ ପଶିବାକୁ ଉଦ୍ୟମ କରୁଥିବା ୪ ଅଜଣା ବ୍ଯକ୍ତି ଗାଁ ବାଲାଙ୍କ ହାତରେ ଧରାପଡି ବହେ ଛେଚିବା ପରେ ପୋଲିସ କୁ ଜିମାଦେଲେ।ସୁଚନା ମୁତାବକ ଶୁଳିଆପଦା ଥାନା ଅଧିନ ଗଡିଆ ଗ୍ରାମର ବିରେନ୍ କୁମାର ପାତ୍ରଙ୍କ ଘରେ ରାତିରେ ପାଚେରୀ ଡେଇଁ ୪ ଜଣ ଦୁର୍ବୁତ୍ତ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଜାଣିପାରି ଚାରିପଟୁ ଘେରିଯାଇ ଦୁର୍ବୁତ୍ତ ମାନଙ୍କୁ ଧରି ନେଇଥିଲେ।ଉକ୍ତ ଦୁର୍ବୁତ୍ତ ମାନଙ୍କୁ ଗ୍ରାମବାସୀ କାବୁ କରି ବହେ ଛେଚିବା ପରେ ପୋଲିସ କୁ ଖବର ଦେଇଥିଲେ।ଖବର ପାଇ ଶୁଳିଆପଦା ଓଆଇସି ସତ୍ଯନାରାୟଣ ବଳ ଘଟଣା ସ୍ଥଳରେ ପହଞ୍ଚି ସୁଦୂର ଗଞ୍ଜାମ ଜିଲ୍ଲାର ସଞ୍ଜୟ କୁମାର ବେହେରା (୪୧), ରଜନୀକାନ୍ତ ତ୍ରିପାଠୀ (୪୦),ସୁନୀଲ କୁମାର ସେନାପତି (୨୮) ଓ ସୁମନ୍ତ ସ୍ବାଇଁ (୩୬) କୁ ଥାନାକୁ ଉଠେଇ ଆଣିବା ସହିତ ବ୍ଯବହୃତ କାର୍ ଓଡି ୦୨ ଡିଜି ୪୯୭୬ କୁ ଜବତ୍ କରାଯାଇଥିଲା।ପରେ ଘର ମାଲିକଙ୍କ ଲିଖିତ ମୁଳେ ଶୁଳିଆପଦା ଥାନା କେସ୍ ନଂ ୮/୨୬ ରେ ମାମଲା ରୁଜୁ କରି ଉକ୍ତ ୪ ଜଣକୁ କୋର୍ଟ ଚାଲାଣ କରାଯାଇ ଥିବା ସୁଚନା ମିଳିଛି।ସୁଦୂର ଗଞ୍ଜାମ ରୁ ମୟୂରଭଞ୍ଜ ଜିଲ୍ଲା ପୁଣି ଶୁଳିଆପଦା ଥାନା ଅଞ୍ଚଳକୁ ଆସି କୌଣସି ଏକ ବ୍ଯକ୍ତି ଙ୍କ ଘରେ ପଶିବାକୁ ଉଦ୍ୟମ କରିବା ଘଟଣା ପଛରେ ଅନ୍ୟ କିଛି କାରଣ ଥାଇପାରେ ବୋଲି ପୋଲିସ ସନ୍ଦେହ କରି ଅଧିକ ତଦନ୍ତ ଜାରି ରଖିଥିବା ସୁଚନା ମିଳିଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0