।। ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ ଙ୍କ ସେମିଳିଗୁଡା ସ୍ଥିତ ବାସଭବନ କାର୍ଯ୍ୟାଳୟ ରେ ଏକ ଶୋକ ସଭା ଅନୁଷ୍ଟିତ ।।

Aug 6, 2023 - 23:00
 0  17
।। ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ ଙ୍କ ସେମିଳିଗୁଡା ସ୍ଥିତ ବାସଭବନ କାର୍ଯ୍ୟାଳୟ ରେ ଏକ ଶୋକ ସଭା ଅନୁଷ୍ଟିତ  ।।

କୋରାପୁଟ,୬/୮: (କୋରାପୁଟ ପ୍ରଥମ ଖବର ) ଆଜି ସକାଳେ କେସିସି ବ୍ୟାଙ୍କ୍ ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଙ୍କ ସାନ ମଝିଆ ଭାଇ ଶିବ ଶଙ୍କର ପାଣିଗ୍ରାହୀ ଙ୍କ ଭୁବନେଶ୍ୱରସ୍ତିତ୍ ଏକ ଘରେଇ ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି l

ଆଜି ସନ୍ଧ୍ୟା ରେ ଶିବ ଶଙ୍କର ପାଣିଗ୍ରାହୀ ଙ୍କ ଉଦ୍ୟେସ୍ ରେ ଅନୁଷ୍ଟିତ ହୋଇଥିବା ଏହି ଶୋକ ସଭା ର ପୌରହିତ୍ୟ କରି ବିଧାୟକ ପିତମ ପାଢ଼ୀ ମୃତ ଶିବ ଙ୍କ ସ୍ମୃତିଚାରଣ କରିଥିଲେ ତଥା ତାଙ୍କ ଉଦ୍ଦେଶ୍ୟ ରେ ଏକ ଶୋକ ସଭା ଅନୁଷ୍ଟିତ ହୋଇଥିଲା l ବିଧାୟକ ଙ୍କ ବ୍ୟତୀତ ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି, ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବାଲା ରାଏ ଓ ସହ ପର୍ଯ୍ୟବେକ୍ଷ୍ୟେକ୍ ଅମିତ୍ ଅଗ୍ରୱାଲ,ବରିଷ୍ଟ ବିଜେଡ଼ି ନେତା ଗୋପାଳ କୃଷ୍ଣ ବେବର୍ତ୍ତା, ଅନନ୍ତ ରାମ ମାଟାମ, ଭଗଵାନ ପେଟିଆ ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିନେଶ ଖରା, ସମାଜସେବୀ ମୁନା ଦଳପତି, ଲକ୍ଷ୍ମଣ ପାଢ଼ୀ, ପୂର୍ବତନ ଜି୍ଲାପରିଷଦ ସଦସ୍ୟା ପୂର୍ଣ୍ଣିମା ଜାନି, ରାଜେଶ ଖରା ଏବଂ ବିଧାୟକ ପ୍ରତିନିଧି ଜୟସେନ୍ ପଡ଼ା ସେଠୀ ଉପସ୍ଥିତ ଥିଲେ l

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ