।। ନ୍ୟାସନାଲ ମହାବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ଏବଂ ନବୀନ ଓଡିଶା କ୍ରୀଡା ଓ ଖେଳ କୁଦ କାର୍ଯ୍ୟକ୍ରମ ଉଦଯାପିତ ।।

Dec 27, 2023 - 21:51
 0  37
।। ନ୍ୟାସନାଲ ମହାବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ଏବଂ ନବୀନ ଓଡିଶା କ୍ରୀଡା ଓ ଖେଳ କୁଦ କାର୍ଯ୍ୟକ୍ରମ ଉଦଯାପିତ ।।

ନୂଆପଡା : ସ୍ଥାନୀୟ ନ୍ୟାସନାଲ ମହାବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ଏବଂ ନବୀନ ଓଡିଶା କ୍ରୀଡା ଓ ଖେଳ କୁଦା କାର୍ଯ୍ୟକ୍ରମ ଆଜି ଆନୁଷ୍ଠାନିକ ଭାବରେ ଉଦଯାପିତ ହୋଇ ଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ହିତେଶ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପୁରାତନ ଛାତ୍ର ସଙ୍ଘ (ଆଲୁମିନି) ର ସଭାପତି ତଥା ପୂର୍ବତନ ଓ.ସି.ଏ ଉପ ସଭାପତି ସରୋଜ କୁମାର ସାହୁ ମୁଖ୍ୟ ଅତିଥି, କ୍ରୀଡା ସଂସଦର ଉପ ସଭାପତି ନଦିନୀ ମଞ୍ଜରୀ ହୋତା, ଅଧ୍ୟାପକ ବୈଦ୍ୟନାଥ ଗଡତିଆ, ମମତା ପଟ୍ଟନାୟକ, ଡ଼. ପ୍ରଣତି ପଣ୍ଡା ଡ଼. ମିନାକ୍ଷୀ ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ଥିଲେ l କାର୍ଯ୍ୟକ୍ରମଟିକୁ କ୍ରୀଡା ଶିକ୍ଷକ ପ୍ରକାଶ କୁମାର ସାହୁ ସଂଯୋଜନ କରିଥିଲେ l ଏହି ଅବସରରେ ଭିଭିନ୍ନ କ୍ରୀଡା ଓ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ମହାବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଗଣେଶ ପ୍ରସାଦ ରାଉତ, ବାଦଲ ବେହେରା, ରାଜୁ ହେର୍ଣ୍ଣା, ଦିଲୀପ ପୋଢ଼ ପ୍ରମୁଖ ପ୍ରତିଯୋଗୀତା ଗୁଡିକୁ ପରିଚାଳନା କରିଥିବାବେଳେ ଶିବ ପ୍ରସାଦ ସା, ଗୋପୀ ଗୋପାଳ ସୁନା, ଯଶୋବନ୍ତ ଭୋଇ, ରବୀନ୍ଦ୍ର ସିଂ ମାଝୀ, ଅଭିନାଶ ଚଲାଣ, ମୁକେଶ ବାଗ, ସୀମା ବରିହା, ସୋନାଲ ଚନ୍ଦ୍ରକାର, ଲିଙ୍ଗରାଜ ବିଶି ପ୍ରମୁଖ ଅଧ୍ୟାପକ-ଅଧ୍ୟାପିକା ଉକ୍ତ କାର୍ଯ୍ୟକମ କୁ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ