ନେସନାଲ କଲେଜ ଠାରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

Dec 9, 2023 - 04:27
 0  24
ନେସନାଲ କଲେଜ ଠାରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା : ନେସନାଲ କଲେଜ ନୂଆପଡା ଆନୁକୂଲ୍ୟରୁ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଆଜିର ପ୍ରଥମ ଦିବସରେ କଲେଜର ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଭୈରବ ସାହୁ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିବାବେଳେ, ସମ୍ମlନିତ ଅତିଥି ଭାବରେ କ୍ଷିତୀଶ ବୋଧନଙ୍କର, ପରିଚାଳନା କମିଟି ସଭାପତି, ଚିନି ଲାଲ ସାହୁ, ଜlମପାଣି ସମିତି ସଦସ୍ୟ, ସନ୍ତୋଷ ମହାନ୍ତି, ମିଷ୍ଟର ଇଣ୍ଡିଆ 2008, ଅଧ୍ୟକ୍ଷ, ହିତେଶ ସାହୁ, ନରସିଂହ ସାହୁ, ନନ୍ଦିନୀ ମଞ୍ଜୁରୀ ହୋତା, ମମତା ପଟ୍ଟନାୟକ, ବୈଦନାଥ ପ୍ରମୁଖ ଉପସ୍ଥିତ ଥିଲେ, କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା, ପ୍ରାରମ୍ଭିକ ସଂଗୀତ ଗାନ ତଥା ଦେବା ଦେବୀଙ୍କୁ ପୂଜାର୍ଚନା କରାଯାଇଥିଲା l ପରେ ସଂlକୃତିକ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ କଲେଜର ଛାତ୍ର ଛାତ୍ରୀ ମାନେ ଅନେକ ସଂଖ୍ୟାରେ ଯୋଗ ଦେଇ ସୁନ୍ଦର ଗୀତ ତଥା ନୃତ୍ୟ ପରିବେଶଣ କରିଥିଲେ l ମଞ୍ଚ ପରିଚାଳନା ସଚିନ ବାବୁ କରିଥିଲାବେଳେ ଉଭୟ ନୋଡାଲ ଅଫିସର ପ୍ରକାଶ କୁମାର ସାହୁ ଏବଂ ପ୍ରମୋଦ କୁମାର ରାଉତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l କଲେଜର ଅଧ୍ୟାପକ ଏବଂ ଅଧ୍ୟାପିକା ଓ ସମସ୍ଥ କର୍ମଚାରୀ ସହଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ସନ୍ଧ୍ୟା 5ଟାରେ ଶେଷ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରୁ ଶ୍ରୀ ଯୁଗଳ କୁମାର ମାଝୀ, ଏଜେଣ୍ଟ ଅଫିସର ଅବଜରବର ଭାବରେ ଉପସ୍ଥିତ ଥିଲେ l ଆସନ୍ତା କଲି ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କାର୍ଯ୍ୟକ୍ରମର ସଞ୍ଚାଳକ କହିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ