।। ନୂଆପଡା ବ୍ଲକ ରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Dec 1, 2023 - 20:04
 0  22
।। ନୂଆପଡା ବ୍ଲକ ରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ନୂଆପଡା : ନୂଆପଡା ଜ଼ିଲ୍ଲା ବ୍ଲକ ସ୍ତରୀୟ ସୁନେତ୍ର କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସୁନେତ୍ର ନୂଆପଡା ଓ ସମଗ୍ର ଶିକ୍ଷା, ନୂଆପଡା ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କରୁଣାକର ଭୁଏ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶୁଧାଂଶୁ ଶେଖର ମିଶ୍ର, ଚକ୍ଷୁ ବିଶେଷଜ୍ଞ ନୂଆପଡା ଡ଼l. ଲାଲିଶ୍ରୀ ଭୁକ୍ତା ଓ ଜିଲ୍ଲା ଆନ୍ତର୍ନିବେଶି ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ହେମନ୍ତ କୁମାର ଭୋଇ ଙ୍କ ମାର୍ଗ ଦର୍ଶନ ରେ ନୂଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହେମସାଗର ମହାନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ନୂଆପଡା ନୂଆପଡା ବ୍ଲକ ରେ ଗତ 28.11.2023 ରୁ 01.12.2023 ପର୍ଯ୍ୟନ୍ତ 4ଦିନ ବ୍ୟାପି ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାଯ୍ୟକ୍ରମ ବ୍ଲକ ର 6 ଟି ସ୍ଥାନ ରେ ସମସ୍ତ ବିଦ୍ୟାଳୟ ର ଦୃଷ୍ଟି ଦୋଷ ଛାତ୍ର ଛାତ୍ରୀ ଚକ୍ଷୁ ପରୀକ୍ଷା କରାଯାଇ ଥିଲା l ଚକ୍ଷୁ ପରୀକ୍ଷକ ଭାବରେ ସିମାଞ୍ଚଳ ବସି ଶତପଥି, ମଳୟ ମହାନ୍ତି, ପରେଶ କୁମାର ବାଗ,ପ୍ରିୟ ରଞ୍ଜନ ସାଗର, କୈଳାଶ ଶବର, ସୁମିତ ପଧାନ ଓ ସିଦ୍ଧାର୍ଥ ମେହେର ଯୋଗଦେଇ ମୋଟ 1575 ଛାତ୍ରଛାତ୍ରୀ ଙ୍କ ଚକ୍ଷୁ ପରୀକ୍ଷା କରି 525 ଙ୍କୁ ଚଷମା ପ୍ରଦାନ ଓ 22 ଜଣକୁ ଜିଲ୍ଲା ହସ୍ପିଟାଲ କୁ ଅସ୍ତ୍ରୋପ୍ରଚାର ପାଈଁ ପଠାଇଥିଲେ l ଉକ୍ତ କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାୱାରତୋଳା, ସରକାରୀ ଉଚ୍ଚ ବିଦ୍ୟାଳୟ, ଡ଼ୁମେରପାଣି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାଇପଲା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆପଡା, ସରକାରୀ ଉଚ୍ଚ ବିଦ୍ୟାଳୟ, କୁଳିଅବନ୍ଧା ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଲୋଦା ଠାରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ଶିବିର କୁ ନୂଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହେମସାଗର ମହାନନ୍ଦ ଯୋଗଦେଇ ଉଦଘାଟନ କରିଥିଲେ l ଉଦଯାପନୀ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ର ଚକ୍ଷୁ ବିଶେଷଜ୍ଞ ତଥା ଡିପିଏମ, ଡିବିସିଏ, ଡା. ଲାଲିଶ୍ରୀ ଭୁକ୍ତା ଯୋଗଦେଥିଲେ l ଉକ୍ତ ଶିବିର କୁ ଆନ୍ତର୍ନିବେଶି ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ହେମନ୍ତ କୁମାର ଭୋଇ , ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣି ଅଗସ୍ତି ପରିଦର୍ଶନ କରି ତଦାରଖ କରିଥିଲେ l ଉକ୍ତ ଶିବିର କୁ ନୂଆପଡା ବିଆରଟି ଶ୍ରୀଯୁକ୍ତ ଉପେନ୍ଦ୍ର ଶାମଲ ଓ କାର୍ତ୍ତିକ ବିଶ୍ୱାଳ ପରିଚାଳନା କରିଥିବା ବେଳେ ବୈକୁଣ୍ଠ ଖରସେଲ, ଡଗେଶ୍ୱର ସାହୁ, କେ.ଜି. ପଟେଲ, କାମଦେବ ଦିୱାଙ୍ଗନ ତଥା ବ୍ଲକ ର ସମସ୍ତ ସିଆରସିସି. ସହଯୋଗ କରିଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ